www.samajalive.in
Sunday, December 7, 2025
14.1 C
Bhubaneswar

ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା : ରେବିଜ ବଦଳରେ ବ୍ୟକ୍ତି ନେଲେ କରୋନା ଟିକା

ପଲାମୁ : କିଛି ଦିନ ତଳେ ମହାରାଷ୍ଟ୍ରର ଥାଣେର କଲୱା ଅଞ୍ଚଳରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା କାରଣରୁ ଜଣେ ବ୍ୟକ୍ତିଙ୍କୁ କରୋନା ଟିକା ବଦଳରେ ରେବିଜ (ଜଳାନ୍ତକ) ଟିକା ଦିଆଯାଇଥିଲା। ଏହାସହ ଉକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିଲା। ସେଭଳି ହିଁ ଏକ ଘଟଣା ପୁଣି ସାମ୍ନାକୁ ଆସିଛି। ଝାଡଖଣ୍ଡସ୍ଥିତ ପଲାମୁ ଜିଲ୍ଲାରେ ପୁଣି ଜଣେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ମାମଲା ସାମ୍ନାକୁ ଆସିଛି।
ଶନିବାର ଦିନ ନାଉଡିହା ଗାଁର ଜଣେ ବ୍ୟକ୍ତିଙ୍କୁ କୁକୁର କାମୁଡିଥିଲା।ପରେ ସେ ପାଟାନା ବ୍ଲକ ମୁଖ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେବିଜ ଟିକା ନେବା ପାଇଁ ଯାଇ ଥିଲେ। କିନ୍ତୁ ସ୍ୱାସ୍ଥ୍ୟ କର୍ମୀ ହଠାତ୍ ତାଙ୍କୁ ଅବହେଳା କାରଣରୁ କରୋନା ଟୀକା ଦେଇଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉକ୍ତ  ୫୦ ବର୍ଷୀୟ ବ୍ୟକ୍ତି ଉଭୟ କରୋନା ଟିକା ଗ୍ରହଣ କରିସାରିଛନ୍ତି।  ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅସାବଧାନତା ହେତୁ ତାଙ୍କୁ ପୁନର୍ବାର କରୋନା ଟିକା ଦିଆଯାଇଛି।  ଏହି ପରିପ୍ରେକ୍ଷୀରେ ପାଲାମୁ ଅଞ୍ଚଳର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ ଏହି ମାମଲା ଅବହେଳା କାରଣରୁ ଘଟିଛି।
। ସେ କହିଛନ୍ତି, ଏହାର ତଦନ୍ତ ପାଇଁ  ଏକ ତିନି ଜଣିଆ ଟିମ୍ ଗଠନ କରାଯାଇଛି। ଏହି ଦଳ ତଦନ୍ତ ପାଇଁ ପାଟନାକୁ ଯିବେ। ସେ କହିଛନ୍ତି ଯେ ବର୍ତ୍ତମାନ ପର୍ୟ୍ୟନ୍ତ ରୋଗୀର ଅବସ୍ଥା ସ୍ୱାଭାବିକ ରହିଛି।ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories