nua o banner

ବିଦ୍ୟାଳୟ ନୂତନ ପରିଚାଳନା କମିଟି ଗଠନ

BJD Bijuli 480×75 Mob

ଗଞ୍ଜାମ: ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଂଚାୟତର ଖଟୁଆକୁଦା ଗ୍ରାମ ସ୍ଥିତ ପ୍ରୋଜେକ୍ଟ ଅପର ପ୍ରାଇମେରୀ ସ୍କୁଲରେ ଶନିବାର ନୂତନ ପରିଚାଳନା କମିଟି ଗଠିତ ହୋଇଯାଇଛି। ନୂତନ ସଭାପତି ଭାବେ ଶବର କୁମାର ତରାଇ, ଉପସଭାପତି କିଶୋର ପ୍ରଧାନଙ୍କୁ ସର୍ବସମ୍ମତି କ୍ରମେ ଚୟନ କରାଯାଇଛି। ସଭ୍ୟ ଭାବେ ସୁଦାମ ଚରଣ ଦାସ, ଟୁକୁନା ସାହୁ, ସତ୍ୟ ସାହୁ, ଟୀକାନ ବିଶ୍ୱାଳ, ସୁକାନ୍ତ ବିଶ୍ୱାଳ, ଗୀତାଞ୍ଜଳି ସାହୁ, ସୁଜ୍ଞାନୀ ସାହୁ, ବବି ତରାଇ, ଅନିତା ନାହାକ, କେଶରୀ ଛଟେଇ ପ୍ରମୁଖ ରହିଛନ୍ତି।

ସ୍କୁଲ ପ୍ରଧାନଶିକ୍ଷକ ଉଜ୍ୱଳ ବେହେରା, ପଞ୍ଚାନନ ମାହାଲୀକ, ଶିକ୍ଷୟତ୍ରୀ ସ୍ୱପ୍ନାରାଣୀ ପଲାଇ, ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ, କୋଷାଧ୍ୟକ୍ଷ ବିପ୍ରଚରଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସ୍କୁଲ ପାଚେରୀ ଓ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା। ଆଗାମୀ ଦିନରେ ସ୍କୁଲ କିଭଳି ସୁପରିଚାଳିତ ହେବ ସେ ନେଇ ନୂତନ ପରିଚାଳନା କମିଟି ସମସ୍ତ ପ୍ରଚେଷ୍ଟା କରିବ ବୋଲି ମତ ପ୍ରକାଶ ପାଇଥିଲା।

Comments are closed.