www.samajalive.in
Sunday, December 14, 2025
17.1 C
Bhubaneswar

ଚୀନ୍‍ର ଏକତରଫା ସୀମା ଆଇନ୍‍ ପ୍ରଣୟନ ନେଇ ଭାରତର ଉଦବେଗ

ଚୀନ୍‍ ଦ୍ୱାରା ଏକତରଫା ଭାବେ ସୀମା ସଂକ୍ରାନ୍ତୀୟ ଏକ ଆଇନ୍‍ ପ୍ରଣୟନକୁ ନେଇ ଭାରତ ଉଦବେଗ ପ୍ରକାଶ କରିଛି। ସେହି ଆଇନ୍‍ ଯୋଗୁଁ ସୀମା ପରିଚାଳନା ଓ ସୀମା ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ପ୍ରଭାବ ପଡ଼ିବ। ଏ ସମ୍ବନ୍ଧୀୟ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବିଭାଗ ମୁଖପାତ୍ର ଅରିନ୍ଦମ ବାଗ୍‍ଚି କହିଛନ୍ତି, ଚୀନ୍‍ ଦ୍ୱାରା ଏଭଳି ଏକତରଫା ପଦକ୍ଷେପର ପୂର୍ବରୁ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ବୁଝାମଣା ଉପରେ କୌଣସି ପ୍ରଭାବ ପଡ଼ିବା ଉଚିତ୍‍ ନୁହେଁ।

ସେ କହିଛନ୍ତି, ଏହି ଆଇନ୍‍ ଆଳରେ ଚୀନ୍‍ ଯେପରି କୌଣସି ପଦକ୍ଷେପ ନ ନିଏ ତାହା ଭାରତ ଆଶା କରୁଛି। ଏହା ହେଲେ ଭାରତ ଚୀନ୍‍ ସୀମା ପରିସ୍ଥିତିରେ ଘୋର ପ୍ରତିକୂଳ ପ୍ରଭାବ ପଡ଼ିବ। ଶ୍ରୀ ବାଗ୍‍ଚୀ କହିଛନ୍ତି, ଚୀନ୍‍ ଗତ ୨୩ ତାରିଖରେ ଏକ ନୂଆ ସ୍ଥଳ ସୀମା ଆଇନ୍‍ ପାଶ୍‍ କରିଥିବା ବିଷୟରେ ଭାରତ ଜାଣିବାକୁ ପାଇଛି। ସେହି ନୂଆ ଆଇନ୍‍ ଅନୁସାରେ ଚୀନ୍‍ ସୀମା ଅଞ୍ଚଳର ଜିଲ୍ଲାଗୁଡ଼ିକର ପୁନର୍ଗଠନ କରିପାରିବ। ସେ କହିଛନ୍ତି, ଭାରତ ଓ ଚୀନ୍‍ ମଧ୍ୟରେ ଏ ପର୍ଯ୍ୟନ୍ତ ସୀମା ବିବାଦର ସମାଧାନ ହୋଇନାହିଁ।

- Advertisement -

ଶ୍ରୀ ବାଗ୍‍ଚୀ ଏକଥା ମଧ୍ୟ କହିଛନ୍ତି, ଉଭୟ ପକ୍ଷ ସୀମା ସମସ୍ୟା ଗୁଡ଼ିକର ଯଥାର୍ଥ ଓ ପରସ୍ପରକୁ ଗ୍ରହଣୀୟ ହେବା ଭଳି ସମାଧାନ ଆପୋଷ କଥାବାର୍ତ୍ତା ମଧ୍ୟରେ ବାହାର କରିବାକୁ ଏକମତ ହୋଇଥିଲେ। ପ୍ରକୃତ ନିୟନ୍ତ୍ରଣ ରେଖାଠାରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବାକୁ ଉଭୟ ଦେଶ ମଧ୍ୟରେ ଅନେକ ଦ୍ୱିପାକ୍ଷିକ ରାଜିନାମା ଓ ଚୁକ୍ତି ଚୂଡ଼ାନ୍ତ ହୋଇସାରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories