www.samajalive.in
Sunday, December 14, 2025
14.1 C
Bhubaneswar

ମେଡିକାଲ୍‍ ବୋର୍ଡ ବସିବା ପାଇଁ ଭିନ୍ନକ୍ଷମଙ୍କ ଦାବିପତ୍ର ପ୍ରଦାନ

ନବରଙ୍ଗପୁର : ଜିଲାରେ ଥିବା ଭିନ୍ନକ୍ଷମଙ୍କର ଚିକିତ୍ସା ସହିତ ଭିନ୍ନକ୍ଷମ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ନବରଙ୍ଗପୁର ଓ ଉମରକୋଟରେ ଭିନ୍ନକ୍ଷମ ପାଇଁ ମେଡିକାଲ୍‍ ବୋର୍ଡ ବସିବାକୁ ଦାବିପତ୍ର ପ୍ରଦାନ କରାଯାଇଛି । ଏସଂପର୍କରେ ଜିଲାପାଳ ଡଃ.ଅଜିତ୍‍ କୁମାର ମିଶ୍ରଙ୍କୁ ଜିଲା ଭିନ୍ନକ୍ଷମ ସଂଘର ସଭାପତି ସୁଜିତ କୁମର ରଥ ଭେଟି ଆଲେଚନା କରି ଲିଖିତ ଭାବେ ପ୍ରଦାନ କରିଛନ୍ତି । ନବରଙ୍ଗପୁର ଜିଲା ଡାକ୍ତରଖାନକୁ ଜିଲାର ୧୦ଟିବ୍ଲକର ଭିନ୍ନକ୍ଷମ ଆସୁଥିବାବେଳେ ସେମାନେ ବହୁ ଅସୁବିଧା ଭୋଗୁଛନ୍ତି । ତେଣୁ ନବରଙ୍ଗପୁର ସମେତ ଉମରକୋଟରେ ଭିନ୍ନକ୍ଷମ ମେଡିକାଲ ବୋର୍ଡ କରାଗଲେ ଏହା ଦ୍ୱାରା ସମସ୍ତ ଅଞ୍ଚଳର ଭିନ୍ନକ୍ଷମଙ୍କୁ ଯାତାୟତରେ ସୁବିଧା ହୋଇ ପାରିବ । ନବରଙ୍ଗପୁରରେ ନବରଙ୍ଗପୁର ବ୍ଳକ ସମେତ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି ,ପାପଡାହାଣ୍ଡି ଓ କୋଷାଗୁମୁଡା ବ୍ଲକ ଏବଂ ଉମରକୋଟରେ ଉମରକୋଟ ବ୍ଳକ ସମେତ ରାଇଘର, ନନ୍ଦାହାଣ୍ଡିି , ଝରିଗାଁ ଓ ଡାବୁଗାଁ ବ୍ଳକର ଭିନ୍ନକ୍ଷମଙ୍କୁ ଚିକିତ୍ସା ଓ ପ୍ରମାଣପତ୍ର ଦେବାର ବ୍ୟବସ୍ଥା କରାଯିବାକୁ ଦାବି କରିଛନ୍ତି। ଏହା ଦ୍ୱାରା ସମସ୍ତ ଭିନ୍ନକ୍ଷମ ସଠିକ ସମୟରେ ପ୍ରମାଣ ପତ୍ର ପାଇପାରିବେ । ସୂଚନାଯୋଗ୍ୟ ପ୍ରତି ମାସର ପହିଲାରେ ନବରଙ୍ଗପୁର ଜିଲା ଡାକ୍ତରଖାନା ପରିସରରେ ଭିନ୍ନକ୍ଷମ ପାଇଁ ମେଡିକାଲ ବୋର୍ଡ ବସୁଛି । ଏହି ବୋଡରେ ଅସ୍ଥିଶଲ୍ୟ, ଚକ୍ଷୁ, ମାନସିକ ରୋଗ, ନାଶାକର୍ଣ୍ଣ ଓ ଗଳା ବିଭାଗର ବିଶେଷଞ ଡାକ୍ତର ବସିବା ସହ ଭିନ୍ନକ୍ଷମଙ୍କୁ ପରୀକ୍ଷା ନିରୀକ୍ଷା କରି ଭିନ୍ନକ୍ଷମ ପ୍ରମାଣପତ୍ର ଦିଆଯାଉଛି । ତେବେ ପ୍ରତି ମାସରେ ଭିଡ ରହୁଥିବାରୁ ଅଧିକାଂଶ ଭିନ୍ନକ୍ଷମ ପ୍ରମାଣପତ୍ର ପାଇ ନ ପାରି ନିରାଶରେ ଫେରିଯାଉଛନ୍ତି । ତେଣୁ ଦୁଇଟି ସ୍ଥାନରେ ଏହି ବୋର୍ଡ ବସି ଭିନ୍ନକ୍ଷମ ପ୍ରମାଣପତ୍ର ଦେବାକୁ ଦାବି କରିଛନ୍ତି । ତେବେ ଏଥିପ୍ରତି ପଦକ୍ଷେପ ନେବାକୁ ଜିଲାପାଳ ଡଃ.ମିଶ୍ର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ସୁପାରିଶ କରିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories