www.samajalive.in
Sunday, December 7, 2025
23.1 C
Bhubaneswar

ଭାଇକୁ ମାରି ପୋତି ଦେଲା ଭାଇ

ଟିଟିଲାଗଡ଼ : ଟିଟିଲାଗଡ଼ ସହର ଅନ୍ତର୍ଗତ ଗୋରୁବଜାର ପଦାର ଜଣେ ଯୁବକ ନିଜ ବଡ ଭାଇକୁ ହତ୍ୟା କରି ପୋତି ଦେବା ଘଟଣା ଆଜି ପର୍ଦାଫାଶ କରିଛି ଟିଟିଲାଗଡ଼ ପୁଲିସ । ମୃତକ ଗୋରୁବଜାର ପଡାର ସଞ୍ଜୟ ବେହେରା ବୋଲି ଜଣାପଡିଛି।
ସୂଚନା ଯେ ବିଦ୍ୟୁତ ବିଭାଗରେ କାର୍ୟ୍ୟରତ ସଞ୍ଜୟଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କ ଗ୍ରାଚୁଇଟି ଟଙ୍କା ଆସିବାର ଥିଲା । ଏହାକୁ ନେଇ ବଡ ଭାଇ କାଳେ ଅଧିକ ଟଙ୍କା ପାଇବ ସେଥିପାଇଁ ଗତ ୪ ତାରିଖ ଦିନ ସାନ ଭାଇ ପ୍ରମୋଦ ବଡ ଭାଇକୁ ହତ୍ୟା କରି ଝାରଦେବନ୍ଧ ଜଙ୍ଗଲରେ ପୋତି ଦେଇଥିଲା । ଆଜି ଟିଟିଲାଗଡ଼ ଉପଖଣ୍ଡ ପୁଲିସ ଅଧିକାରୀ ସୁରେନ୍ଦ୍ର ନାଥ ଶତପଥୀ, ଥାନା ଅଧିକାରୀ ରଞ୍ଜନ ବରିହା ତଥା ସାଇଣ୍ଟିଫିକ ଦଳ ସହ ହତ୍ୟାକାରୀକୁ ଧରି ଜଙ୍ଗଲରେ ଖୋଦେଇ ଚାଲିଛି । ଗାତ ତଳୁ  ମୃତକ ସଞ୍ଜୟ ବେହେରାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories