nua o banner

ନବରଙ୍ଗପୁର ଜିଲାପାଳ ଅଜିତ କୁମାର ମିଶ୍ର ସମ୍ବର୍ଦ୍ଧିତ

BJD Bijuli 480×75 Mob

ନବରଙ୍ଗ ପୁର: ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ନବରଙ୍ଗପୁର ଜିଲାପାଳ ଡ.ଅଜିତ କୁମାର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ପରିଷଦର ଉପଦେଷ୍ଟା ଶ୍ରୀନିବାସ ପଟ୍ଟନାୟକ ଜିଲାପାଳଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ଜିଲାପାଳ ଶ୍ରୀ ମିଶ୍ରଙ୍କୁ ବାର୍ଷିକ ମୁଖପତ୍ର ‘ପ୍ରେରଣା’ ଓ ହିମାଂଶୁ ଆଚାରୀଙ୍କ ସମ୍ପାଦିତ ପୁସ୍ତକ ‘ଚନ୍ଦନଧାରା’ ପ୍ରଦାନ କରାଯାଇଥିଲା।

କାର୍ଯ୍ୟକ୍ରମରେ ସଭାପତି ଟୁଟୁବାବୁ ପଟ୍ଟନାୟକ, ସମ୍ପାଦକ ଏମ. ହିମାଂଶୁ ଆଚାରୀ, ସଂଗଠକ ସମୀର କୁମାର ପ୍ରଧାନ, ଅଧ୍ୟାପିକା ଡ଼. ସଂଯୁକ୍ତା ପଣ୍ଡା, ଗଣେଶ ପ୍ରସାଦ ରଣା ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.