www.samajalive.in
Monday, December 15, 2025
14.1 C
Bhubaneswar

ଏଫ୍‌ଏଟିଏଫ୍‌ର ଧୂସର ତାଲିକାରେ ପାକିସ୍ତାନର ଅବଧି ବଢ଼ିଲା

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣକୁ ନିୟନ୍ତ୍ରଣ ପାଇଁ ରହିଥିବା ବୈଶ୍ବିକ ସଂଗଠନ ପାକିସ୍ତାନ ଉପରେ ପୁଣି କାର୍ଯ୍ୟାନୁଷ୍ଠାନ ନେଇଛି। ପ୍ୟାରିସ୍‌ସ୍ଥିତ ଏହି ବୈଶ୍ବିକ ସଂଗଠନ ଫାଇନାନ୍ସିଆଲ ଆକ୍ସନ ଟାକ୍ସ ଫୋର୍ସ (ଏଫଏଟିଏଫ୍‌) ପାକିସ୍ତାନର ଧୂସର ତାଲିକାରେ ରହଣି ଅବଧିକୁ ବୃଦ୍ଧି କରିଛି। ଗୁରୁବାର ଏଫଏଟିଏଫ୍‌ର ୩ଦିନିଆ ବାର୍ଷିକ ସମ୍ମିଳନୀ ପରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ୨୦୨୨ ଏପ୍ରିଲ ପର୍ଯ୍ୟନ୍ତ ପାକିସ୍ତାନ ଏହାର ଧୂସର ତାଲିକାରେ ରହିବ। ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣକୁ ନିୟନ୍ତ୍ରଣରେ ପାକିସ୍ତାନ ବିଫଳ ହୋଇଥିବା ଏଫଏଟିଏଫ୍‌ କହିଛି।

୨୦୧୮ ଜୁନ୍‌ରେ ପାକିସ୍ତାନକୁ ୨୭ଟି ଦିଗ ଉପରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଥିଲା। ଏହି ୨୭ଦିଗ ଉପରେ କାର୍ଯ୍ୟ କରିବାକୁ ପାକିସ୍ତାନ ବିଫଳ ହୋଇଛି। ବିଶେଷକରି ଜାତିସଂଘ ଘୋଷିତ ଆତଙ୍କବାଦୀ ହାଫିଜ ସଇଦ ଓ ମାସୁଦ ଆଝାର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାରେ ପାକିସ୍ତାନ ବିଫଳ ହୋଇଥିବା ଏଫଏଟିଏଫ୍‌ କହିଛି। ମାସୁଦ ୨୦୦୮ ମୁମ୍ବଇ ଆକ୍ରମଣ, ୨୦୧୯ ପୁଲୱାମା ଆକ୍ରମଣ ଓ ୨୦୧୬ ପଠାନକୋଟ ଆକ୍ରମଣରେ ସମ୍ପୃକ୍ତ ରହିଛି। ପାକିସ୍ତାନକୁ ପୁଣି ଆଉ ୬ଟି ଦିଗ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦିଆଯାଇଛି। ଏଫଏଟିଏଫ୍‌ର ଧୂସର ତାଲିକାରେ ପାକିସ୍ତାନ ରହିବା ଦ୍ବାରା ଆନ୍ତର୍ଜାତିକ ମୁଦ୍ରା ପାଣ୍ଠି, ବିଶ୍ବ ବ୍ୟାଙ୍କ, ଏସିଆ ଉନ୍ନୟନ ବ୍ୟାଙ୍କ ଓ ୟୁରୋପୀୟ ୟୁନିୟନ ଗୁଡ଼ିକରୁ ଆର୍ଥିକ ସହାୟତା ପାଇପାରିବ ନାହିଁ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories