କ୍ରେମ୍ଲିନ୍: ମହାକାଶରେ ବିଶ୍ବର ପ୍ରଥମ ଚଳଚ୍ଚିତ୍ର ସୁଟିଂ ଶେଷ କରି ରୁଷିଆର ପ୍ରସିଦ୍ଧ ଅଭିନେତ୍ରୀ ଜୁଲିଆ ପେରରେସିଲ୍ଡ ରବିବାର ପୃଥିବୀ ପୃଷ୍ଠକୁ ଫେରିବା ପରେ ବୁଧବାର ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଆଗକୁ ସେ ଚନ୍ଦ୍ର ଓ ମଙ୍ଗଳରେ ଚଳଚ୍ଚିତ୍ର ସୁଟିଂ ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଦାମ୍ଭିକତା ଦେଖାଇଛନ୍ତି। ସୁଟିଂ ପାଇଁ ବାହାରିବାବେଳେ ପ୍ରଥମ ଦୁଇ ସେକେଣ୍ଡ ଆତଙ୍କିତ ହୋଇପଡ଼ିଥିଲେ; ପରେ ଖୁବ୍ ଖୁସି ହୋଇଯାଇଥିଲେ। ମହାକାଶରେ ପ୍ରତିଟି ମୁହୂର୍ତ୍ତ ବିସ୍ମୟକର ବୋଲି ଜୁଲିଆ କହିଛନ୍ତି। ତାଙ୍କ ସହିତ ସ୍ବର ମିଳାଇ ‘ଚଳଚ୍ଚିତ୍ର କାହିଁକି ଷ୍ଟୁଡିଓରେ ସୁଟିଂ ହେବ ? ମହାକାଶ ସୁଟିଂକୁ କାହିଁକି ଦର୍ଶକ ଉପଭୋଗ କରିବେ ନାହିଁ’ ବୋଲି ସିପେଙ୍କୋ ପ୍ରଶ୍ନ କରିଛନ୍ତି।
ସହ-ଅଭିନେତା କ୍ଲିମ୍ ସିପେଙ୍କୋ ଓ ଅନ୍ୟମାନଙ୍କ ସହ ସେ ପ୍ରାୟ ୩୦ ଘଣ୍ଟା ମହାକାଶରେ ସୁଟଂି କରିଥିଲେ। ଏହି ସମୟରେ ସେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ଅବସ୍ଥାନ କରିବା ସହ ‘ଦି ଚାଲେଞ୍ଜ’ ଚଳଚ୍ଚିତ୍ରର ସୁଟିଂ କରିଥିଲେ। ସେମାନେ ମୋଟ୍ ଉପରେ ୧୨ ଦିନ ମହାକାଶରେ ବିତାଇଥିଲେ।



