ୱେଲିଂଟନ୍: ନ୍ୟୁଜିଲାଣ୍ଡର ଗଭର୍ଣ୍ଣର ଜେନେରାଲ ଭାବେ ଗୁରୁବାର ଶପଥ ଗ୍ରହଣ କରିଛନ୍ତି ପ୍ରଥମ ଜନଜାତି ମହିଳା ଡେମ୍ ସିଣ୍ଡି କିରୋ। ସେ ଦେଶର ଲୁପ୍ତ ପ୍ରାୟ ମୂଳ ଅଧିବାସୀ ମୌରୀ ସମ୍ପ୍ରଦାୟର ଅଧିବାସୀ; ତେବେ ତାଙ୍କ ଶରୀରରେ ବ୍ରିଟିଶ ରକ୍ତ ପ୍ରବାହିତ ହେଉଥିବା କିରୋ କହିଛନ୍ତି। ନ୍ୟୁଜିଲାଣ୍ଡର ଗଭର୍ଣ୍ଣର ଜେନେରାଲ ହେଉଛନ୍ତି ଆଳଙ୍କାରିକ ମୁଖ୍ୟ। ସେ ବ୍ରିଟିଶ ରାଜବଂଶ ପକ୍ଷରୁ ସମସ୍ତ ସାମ୍ବିଧାନିକ ଦାୟିତ୍ବ ନିର୍ବାହ କରିଥାଆନ୍ତି। ଦେଶର ସାମ୍ବିଧାନିକ ରାଷ୍ଟ୍ରମୁଖ୍ୟ ଭାବେ ତାଙ୍କୁ ମାନ୍ୟତା ଦିଆଯାଏ। ନ୍ୟୁଜିଲାଣ୍ଡରେ ସମ୍ପ୍ରତି ମୌରୀ ସମ୍ପ୍ରଦାୟର ଜନସଂଖ୍ୟା ମାତ୍ର ୧୭ ପ୍ରତିଶତ। ୨୦୧୯ରେ ହଜାର ହଜାର ମୌରୀ ଜନତା ସେମାନଙ୍କୁ ସାମ୍ବିଧାନିକ ଓ ଭୂମି ଅଧିକାର ପ୍ରଦାନ ସହ ସାମାଜିକ ନ୍ୟାୟ ଦାବିରେ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ କରି ଚର୍ଚ୍ଚାକୁ ଆସିଥିଲେ। ଗଭର୍ଣ୍ଣର ଜେନେରାଲ କିରୋ ଖୁବ୍ ଉଚ୍ଚଶିକ୍ଷତା ଓ ପ୍ରଧାନମନ୍ତ୍ରୀ ଜେସିକା ଆର୍ଡେନ୍ଙ୍କର ଘନିଷ୍ଠ।
Popular Categories



