www.samajalive.in
Sunday, December 7, 2025
26.1 C
Bhubaneswar

ଗୁପଚୁପ ଖାଇଲେ ମିଳେ ଏହି ଲାଭ

ଗୁପ୍‍ଚୁପ୍‍ ଗୋଲଗପ୍ପେ ଅଥବା ପାନୀପୁରୀ ଦେଶର ବିଭିନ୍ନ ପ୍ରିୟ ଖାଦ୍ୟମାନଙ୍କ ମଧ୍ୟରୁ ଗୋଟିଏ। ଅଧିକାଂଶ ଲୋକଙ୍କୁ ଗୁପଚୁପ ଖାଇବା ବେଶ ପସନ୍ଦ। ପ୍ରତ୍ୟେକ ଏହାକୁ ବେଶ ଆନନ୍ଦରେ ଖାଇଥାଆନ୍ତି। ଗୁପଚୁପ ନାଁ ଶୁଣିବା ମାତ୍ରେ ପାଟିରେ ପାଣି ଆସିଯାଇଥାଏ। ଏହା ଖାଇବାକୁ ଯେପରି ସ୍ୱାଦିଷ୍ଟ ସ୍ୱାସ୍ଥ୍ୟ ପାଇଁ ଏହାର ଅନେକ ଉପକାରୀ ଗୁଣ ରହିଛି। ମାତ୍ର କେତୋଟି ଗୁପଚୁପ ଖାଇବା ଉଚିତ ତାହା ଜାଣିବା ମଧ୍ୟ ନିତ୍ୟାନ୍ତ ଆବଶ୍ୟକ। ଏହାସହ ଏହାକୁ ଘରେ ପ୍ରସ୍ତୁତ କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଡାଏଟ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ୬ଟି ଗୁପଚୁପ ଖାଇବା ଦ୍ୱାରା ଓଜନ ହ୍ରାସ ପାଇଁ ସହାୟକ ହୋଇଥାଏ। ଏହାକୁ ଖାଇବା ଦ୍ୱାରା କ୍ୟାଲୋରୀ ମିଳିବା ସହ ଅଧିକ ସମୟ ଯାଏଁ ପେଟ ଭର୍ତ୍ତି ହୋଇ ରହିଥାଏ ଭଳି ଅନୁଭବ ହୋଇଥାଏ। ଏହା ଦ୍ୱାରା ଆପଣ ଅଧିକ ଖାଦ୍ୟ ଖାଇ ପାରିବେ ନାହିଁ। ଗୁପଚୁପ ଖାଇବା ସହ ଆପଣ ନିୟମିତ ବ୍ୟାୟାମ କରିବା ଓ କିଛି ସମୟ ଚାଲିବା ଉଚିତ।
ଗୁପଚୁପ ପାଇଁ ପ୍ରସ୍ତୁତ ହେଉଥିବା ପାଣିରେ ପୁଦିନାପତ୍ର,ଜିରା ଓ ହେଙ୍ଗୁ ନିଶ୍ଚୟ ମିଶାନ୍ତୁ। ଏହାଦ୍ୱାରା ଖାଦ୍ୟ ହଜମରେ ବେଶ ସହାୟକ ହୋଇଥାଏ। ଏହାସହ ଧନିଆପତ୍ରର ମଧ୍ୟ ବ୍ୟବହାର କରାଯାଇଥାଏ। ଜିରାର ବ୍ୟବହାର ହେବା ଫଳରେ ଖାଦ୍ୟ ହଜମ କରିବା ସହ ପାଟି ଦୁର୍ଗନ୍ଧ ହୋଇନଥାଏ।
ଗୁପଚୁପ ଘରେ ପ୍ରସ୍ତୁତ କରିବା ଉଚିତ। ସୁଜି ଛଡା ଅଟାରେ ପ୍ରସ୍ତୁତ ଗୁପଚୁପ ଖାଇବା ଉଚିତ। ଆଳୁର ପରିମାଣ କମ ଦେବା ସହ ଚଣାର ଅଧିକ ବ୍ୟବହାର କରିବା ଉଚିତ। ଲାଲ ଚଟଣି ବଦଳରେ ଦହିର ବ୍ୟବହାର ଉତ୍ତମ।
ଗୁପଚୁପ ଖାଇବା ଦ୍ୱାରା ଓଜନ ହ୍ରାସ କରିଥାଏ। ପାଚନ ତନ୍ତ୍ର ସୁସ୍ଥ ରହିବା ସହ କୋଷ୍ଠକାଠିନ୍ୟ ସମସ୍ୟା ଦୂର ହୋଇଥାଏ। ମାନସିକ ସ୍ତରରେ ଶାନ୍ତି ମିିଳିଥାଏ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories