www.samajalive.in
Monday, December 15, 2025
24.1 C
Bhubaneswar

ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର ଆଜିଠାରୁ ଚାରିଦିନିଆ ବିଦେଶ ଗସ୍ତ

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍‍. ଜୟଶଙ୍କର ଆଜିଠାରୁ ଚାରିଦିନିଆ ବିଦେଶ ଗସ୍ତରେ ଯାଉଛନ୍ତି। ଏହି ଗସ୍ତକାଳରେ ସେ କିରିଗିଜ୍‍ ସାଧାରଣତନ୍ତ୍ର, କାଜାଖ୍‍ସ୍ଥାନ ଏବଂ ଆର୍ମେନିଆ ପରିଦର୍ଶନ କରିବେ। ପ୍ରଥମେ ପ୍ରଥମ ଦୁଇଦିନିଆ ଗସ୍ତରେ ସେ ଆଜି କିରିଗିଜ୍‍ ସାଧାରଣତନ୍ତ୍ରରେ ପହଞ୍ଚିବେ। ବୈଦେଶିକ ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ କିର୍‍ଗିଜ୍‍ ଗସ୍ତ। ସେଠାରେ ସେ ତାଙ୍କ କିର୍‍ଗିଜର ବୈଦେଶିକ ମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଆସନ୍ତାକାଲି ସେ କିର୍‍ଗିଜରୁ କାଜାଖ୍‍ସ୍ଥାନ ଯିବେ। ସେଠାରେ ଦୁଇଦିନର ରହଣି ମଧ୍ୟରେ ସେ ସି.ଆଇ.ସି.ଏ.ର ଷଷ୍ଠ ଆନ୍ତଃ ମନ୍ତ୍ରିସ୍ତରୀୟ ବୈଠକରେ ଯୋଗଦେବେ। ସେଠାରେ ମଧ୍ୟ ଶ୍ରୀ ଜୟଶଙ୍କର ତାଙ୍କର ପ୍ରତିପକ୍ଷ ଏବଂ ଉପପ୍ରଧାନମନ୍ତ୍ରୀଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ସେଠାରୁ ସେ ଆର୍ମେନିଆ ଗସ୍ତ କରିବେ। ଶ୍ରୀ ଜୟଶଙ୍କର ଙ୍କର ଏହା ପ୍ରଥମ ଆର୍ମେନିଆ ଗସ୍ତ ହେବ। ସେଠାରେ ଶ୍ରୀ ଜୟଶଙ୍କର ଆର୍ମେନିଆର ଶୀର୍ଷ ନେତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Hot this week

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

Related Articles

Popular Categories