କଟକ: ଦଶହରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସହରର ବିଭିନ୍ନ ସ୍ଥାନରେ ମୁତୟନ ହେବେ ୩୨ ପ୍ଲାଟୁନ ପୋଲିସ ଫୋର୍ସ। ଏହାର ତଦାରଖ କରିବେ ୧୦୦ ଅଧିକାରୀ। ସେହିପରି ୨୦ଟି ଏଡ୍ ପୋଷ୍ଟର ବ୍ୟବସ୍ଥା କରାଯାଇଛି। କୋଭିଡ଼୍ କଟକଣା ଠିକ୍ ଭାବରେ ପାଳନ କରାଯାଉଛି କି ନାହିଁ ତାର ତଦାରଖ ପାଇଁ ପୂଜା ମଣ୍ଡପ ଉପରେ ମଧ୍ୟ ନଜର ରଖାଯିବ। ପୂଜା ମଣ୍ଡପରେ ପୂଜକଙ୍କୁ ମିଶାଇ ମୋଟ୍ ୭ ଜଣ ଶ୍ରଦ୍ଧାଳୁଙ୍କୁ ଅନୁମତି ମିଳିବ। ଏହା ବ୍ୟତୀତ ରାତି ୮ଟା ପରେ ସହରରେ କର୍ଫ୍ୟୁକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ନାଇଟ୍ କର୍ଫ୍ୟୁ ସମୟରେ ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ଡିସିପି।
ଦଶହରା ପାଇଁ କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ସହରର ବିଭିନ୍ନ ସ୍ଥାନରେ ମୁତୟନ ହେବେ ୩୨ ପ୍ଲାଟୁନ ଫୋର୍ସ
Popular Categories



