www.samajalive.in
Sunday, December 14, 2025
23.1 C
Bhubaneswar

ଧର୍ମଶାଳା ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରିଣୀ ବୈଠକ

ଯାଜପୁର : ଧର୍ମଶାଳା ବ୍ଲକ ଅଧିନସ୍ଥ କଳ୍ପତରୁ ଦାସ ଷ୍ଟାଡିୟମ ଜାରକାଠାରେ ଧର୍ମଶାଳା ବିଜୁ ମହିଳା ଜନତା ଦଳର କାର୍ୟ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଧର୍ମଶାଳା ବିଜୁ ମହିଳା ଜନତା ଦଳର ନିର୍ବାଚନ ମଳୀର ସଭାନେତ୍ରୀ ରେଣୁବାଳା ଶତପଥୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମସ୍ତ ଅତିଥିବୃନ୍ଦ ଯୋଗ ଦେଇ ସ୍ୱର୍ଗତ ବିଜୁ ପନାୟକ ଏବଂ ସ୍ୱର୍ଗତ କଳ୍ପତରୁ ଦାସଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ପ୍ରଦ୍ୱୀପ ପ୍ରଜ୍ଜ୍ୱଳନ କରି ଉଦ୍ଘାଟନ କରିଥିଲେ । ଉକ୍ତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁ, ଯାଜପୁର ଲୋକସଭା ସାଂସଦ ଶର୍ମିଷ୍ଠା ସେଠୀ, ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ବିଂଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ୍, ପୂର୍ବତନ ସାଂସଦ ରୀତା ତରାଇ, ଜିଲ୍ଲା ସଭାନେତ୍ରୀ ସବିତା ରାଉତ, ଜିଲ୍ଲା ପର୍ୟ୍ୟବେକ୍ଷକ ଭାରତୀ ସିଂ ଯୋଗ ଦେଇଥିଲେ । ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଉକ୍ତ ସଭାରେ ବ୍ଲକ୍ ସଭାନେତ୍ରୀ ବିଶ୍ୱବନ୍ଦନା ଜେନା ଅତିଥି ପରିଚୟ ଏବଂ ସ୍ୱାଗତ ଭାଷଣ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଭାରେ ବନଜିନୀ ପରିଡା, ପ୍ରଭାତି ଦାସ, ମୋନାଲିସା ଦାସ, ଶାନ୍ତିଲତା ଦାସ, ଜିଲ୍ଲା ସାଧାରଣ ସମ୍ପାଦିକା ରାଜଶ୍ରୀ ଦାସ, ରାଜ୍ୟ ସମ୍ପାଦିକା ମମତା ଦପାଟ ଓ ୧୨ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ପ୍ରଣତୀ ଲେଙ୍କା ସଭାରେ ନିଜର ଭାଷଣ ରଖିଥିଲେ । ଧର୍ମଶାଳା ନିର୍ବାଚନ ମଳୀର ୫୪ଗୋଟି ପଞ୍ଚାୟତର ବିଜୁ ମହିଳା ଜନତା ଦଳର ପାୟତ ସଭାନେତ୍ରୀ, ୫୪ଗୋଟି ପାୟତର ସୋସିଆଲ ମିଡିଆ ସଭାନେତ୍ରୀ ଓ ସମସ୍ତ କର୍ମର୍କାମାନେ କାର୍ୟ୍ୟକାରିଣୀ ବୈଠକରେ ସହଯୋଗ କରିଥିଲେ । ଜିଲ୍ଲା ବିଜେଡି ମହାସଚିବ ଡ଼. ପ୍ରିୟନାଥ ମହାପାତ୍ର, ବିଜେଡି ବ୍ଲକ ସଭାପତି ଜଳଧର ମହାନ୍ତି, ରସୁଲପୁର ବ୍ଲକ୍ ସଭାପତି ଅରୁଣ ରାଉତ, ଯୁବ ସଭାପତି କ୍ଷିତୀଶ ନାୟକ, ଛାତ୍ର ସଭାପତି ଜଗଦାନନ୍ଦ ରାଉତ, ଗାର୍ଲସ ୱିଙ୍ଗ ସଭାପତି କ୍ଷୀରାବ୍ଦୀ ତନୟା ମଲ୍ଲିକ୍, ବିଧାୟକଙ୍କ ପ୍ରତିନିଧି ନିର୍ମଳ ପ୍ରଧାନ ଉପସ୍ଥିତ ଥିଲେ । ଏହି କାର୍ୟ୍ୟକାରିଣୀ ବୈଠକରେ ବିଜୁ ମହିଳା ଜନତା ଦଳର କର୍ମୀମାନେ ନାଟକ ପରିବେଷଣ କରିଥିଲେ । ଶେଷରେ ରସୁଲପୁର ବ୍ଲକ୍ ସଭାନେତ୍ରୀ ମମତା ଖୁିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories