ଆଗାମୀ ଦିନରେ ସ୍ଥାନୀୟ ପଞ୍ଚାୟ ନିର୍ବାଚନ ରାଜ୍ୟରେ ଅନୁଷ୍ଠିତ ହେବ। ଏଥି ପାଇଁ ସମସ୍ତ ଦଳ ପ୍ରାକ ପ୍ରସ୍ତୁତି ଆରମ୍ଭ କରି ସାରିଥିବା ବେଳେ କେନ୍ଦ୍ରମନ୍ତ୍ରୀଙ୍କ ସମ୍ବଲପୁର ଗସ୍ତ ମଧ୍ୟ ଏଥି ସହ ସର୍ମ୍ପକିତ। ସାମ୍ବାଦିକ ସମ୍ମିଳନୀ ପରେ ଆୟୋଜିତ କର୍ମୀ ସମ୍ମିଳନୀରେ ପଞ୍ଚାୟତ ନିର୍ବାଚନ ନିମନ୍ତେ କର୍ମୀ ମାନଙ୍କୁ ଉତ୍ସାହିତ କରି ଜନତାଙ୍କ ସହିତ ଅଧିକରୁ ଅଧିକ ସୁସର୍ମ୍ପକ ସ୍ଥାପନ କରି ତ୍ରୁଣମୂଳ ସ୍ତରରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ପୂର୍ବଥର ଠାରୁ ଚଳିତ ଥର ଅଧିକ ସଂଖ୍ୟାରେ ପଞ୍ଚାୟତ ଆସନ ଜିଣିବାକୁ ଦଳୀୟ ନେତା ଓ କର୍ମୀ ମାନଙ୍କୁ ଆହ୍ୱାନ ଦେଇଛନ୍ତି।
Popular Categories



