www.samajalive.in
Sunday, December 14, 2025
19.1 C
Bhubaneswar

ପାକିସ୍ତାନରେ ଭୂକମ୍ପ; ଅନ୍ୟୂନ ୨୦ ମୃତ

ଇସଲାମାବାଦ: ପାକିସ୍ତାନର ଦକ୍ଷିଣାଞ୍ଚଳରେ ଭୂକମ୍ପ ଅନୁଭୂତ ହେବା ଫଳରେ ଅନ୍ୟୂନ୨୦ ଜଣଙ୍କର ପ୍ରାଣହାନି ଘଟିଥିବା ଏଏଫପି ଖବର ସରବରାହ ସଂସ୍ଥା ସୂତ୍ରରୁ ଜଣାଯାଇଛି । ଦେଶର ବିପର୍ଯ୍ୟୟ ପରିଚାଳନା ଅଧିକାରୀଙ୍କ ସୂତ୍ରରୁ ଉଦ୍ଧାର କରି ଏହି ସଂସ୍ଥା କହିଛି ଯେ ମଙ୍ଗଳବାର ଦିନ ଭୋର ପ୍ରାୟ ୩.୩୦ରେ ପାକିସ୍ତାନର ହାରନାଇର ଉତ୍ତର ଓ ଉତ୍ତର ପୂର୍ବକୁ ୧୪ କିଲୋମିଟର ଦୂରରେ ଏହି ଭୂକମ୍ପ ଘଟିତ ହୋଇଥିଲା । ଏଥିରେ କେତେକ ଘରର ଛାତ ଓ କାନ୍ଥ ଭାଙ୍ଗିପଡିବାରୁ ବହୁ ଲୋକ ଆହତ ହୋଇଛନ୍ତି । ଏଥିରେ ମହିଳା ଓ ଶିଶୁଙ୍କ ସମେତ ପ୍ରାୟ ୨୦ ଜଣଙ୍କର ମୃତୁ୍ୟ ଘଟିଥିବା ଜଣାଯାଇଛି । ଭୂକମ୍ପର ମାତ୍ରା ରିକ୍ଟର ସ୍କେଲରେ ୬.୦ ଥିଲା । ଇତିମଧ୍ୟରେ ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟକୁ ବ୍ୟାପକ କରାଯାଇଛି । ଭାଙ୍ଗିପଡିଥିବା ଘରଗୁଡିକ ତଳେ କେହି ଚାପି ହୋଇ ରହିଛନ୍ତି କି ନାହିଁ ତାହାକୁ ଅଗ୍ରାଧିକାର ଭିତ୍ତିରେ ଖୋଜାଯାଉଛି । ତେବେ କେତେକ ସ୍ଥାନକୁ ସଡକ ଯୋଗାଯୋଗ ଏବଂ ବିଦୁ୍ୟତ, ମୋବାଇଲ ସଂଯୋଗ ଭଳି ମୌଳିକ ସୁବିଧା ସୁଯୋଗ ନଥିବାରୁ ସେଠାରେ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ଜଣାଯାଇଛି । ଉଦ୍ଧାରକାରୀ ଦଳ ଟର୍ଚ୍ଚ ଲାଇଟ ଏବଂ ମୋବାଇଲ ଫ୍ଲାଶ ଲାଇଟ ସାହାଯ୍ୟରେ ସେଠାରେ ଉଦ୍ଧାର କାର୍ଯ୍ୟ କରୁଛନ୍ତି । ଅଧିକାଂଶ ଆହତଙ୍କର ଶରୀରର ବିଭିନ୍ନ ସ୍ଥାନରେ ଅସ୍ଥି ଭାଙ୍ଗି ଯାଇଥିବା ହାସପାତାଳଗୁଡିକ ସୂତ୍ରରୁ ଜାଣିବାକୁ ମିଳିଛି । ଆହତଙ୍କ ମଧ୍ୟରେ ଗୁରୁତର ଥିବା ୪୦ ଜଣଙ୍କୁ କ୍ୱେଟାକୁ ଆମ୍ବୁଲାନ୍ସ ଯୋଗେ ଅଧିକ ଚିକିତ୍ସା ପାଇଁ ପଠାଯାଇଛି ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories