କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସମ୍ବଲପୁର ଗସ୍ତ ସମୟରେ ତାଙ୍କର ସ୍ୱାଗତ ନିମନ୍ତେ ଜିଲା ଭାଜପା ଶାଖା ତରଫରୁ ଭବ୍ୟ ସ୍ୱାଗତର ବ୍ୟବସ୍ଥା କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଟୁଡୁ ଜିଲା ଶାଖା କାର୍ଯ୍ୟାଳୟରେ ପହୁଞ୍ôଚବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ସ୍ୱତନ୍ତ୍ର ଭାବରେ ଆଦିବାସୀ କର୍ମା ନୃତ୍ୟର ବ୍ୟବସ୍ଥା କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଟୁଡୁ ଦଳୀୟ କର୍ମୀ ମାନଙ୍କର ଅନୁରୋଧ କ୍ରମେ କର୍ମା ନୃତ୍ୟର ତାଳେ ତାଳେ ନାଚିଥିଲେ। ତାଙ୍କର ନୃତ୍ୟକୁ ଦେଖି ସାଂସଦ ନିତିଶ ଗଙ୍ଗଦେବ, ରେଙ୍ଗାଲି ବିଧାୟକ ନାୟକ ମଧ୍ୟ କେନ୍ଦ୍ରମନ୍ତ୍ରୀ ଙ୍କ ସହିତ ନୃତ୍ୟ କରି କର୍ମୀ ମାନଙ୍କୁ ଉତ୍ସାହିତ କରିଥିଲେ।
Popular Categories



