www.samajalive.in
Monday, December 15, 2025
14.1 C
Bhubaneswar

ଆଧାର କେନ୍ଦ୍ରରେ ଅବ୍ୟବସ୍ଥା, ଲୋକଙ୍କୁ ଲୁଟୁଛନ୍ତି ଘରୋଇ କେନ୍ଦ୍ର

ଆଠଗଡ: କେନ୍ଦ୍ର ଓ ରାଜ୍ୟସରକାର ସମସ୍ତ ଯୋଜନା ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଲୋକମାନଙ୍କ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ କରିଥିବାବେଳେ ସାଧାରଣ ଲୋକଟିଏ ଆଠଗଡ ଅଞ୍ଚଳରେ ଆଧାର କାର୍ଡଟିଏ ପାଇଁ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି। ଏହି ସୁଯୋଗରେ ଘରୋଇ ଭାବେ ପ୍ରାଞ୍ଚାଇଜ ନେଇଥିବା ଆଧାରକେନ୍ଦ୍ର ଗୁଡିକରେ ଲୋକମାନଙ୍କୁ ଅଧିକ ଅର୍ଥ ଲୁଟୁଥିବା ଅଭିଯୋଗ ହୋଇଆସୁଥିଲେ ମଧ୍ୟ ପ୍ରଶାସନ କିମ୍ବା ଆଧାର କାର୍ଡ ପାଇଁ ରାଜ୍ୟର ନୋଡାଲ ସେଣ୍ଟର ହୋଇଥିବା ଓକାକ୍‍ କର୍ତ୍ତୃପକ୍ଷ ନୀରବଦ୍ରଷ୍ଟା ସାଜିଛନ୍ତି। ଏପରିକି ଏହି ଆଧାର କେନ୍ଦ୍ର ଗୁଡିକ ମାଧ୍ୟମରେ ବ୍ୟାପକ ଦୁର୍ନୀତି ହେଉଥିବା ଏବଂ ଏଥିରେ ଓକାକର କିଛି ଅସାଧୁ କର୍ମଚାରୀ ସଂଶ୍ଲିଷ୍ଟ ଥିବା ଅଭିଯୋଗ ହେଉଛି। ଆଠଗଡ ସହରରେ ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କର ମୁଖ୍ୟଶାଖା ଏବଂ ମୁଖ୍ୟ ଡାକଘରେ ଥିବା ଆଧାରକେନ୍ଦ୍ରକୁ ଛାଡିଦେଲେ ଏଠାରେ ଘରୋଇ ଭାବେ ଫ୍ରାଞ୍ଚାଇଜ ନେଇଥିବା ୨ଟି କେନ୍ଦ୍ରରେ ଆଧାର କାର୍ଡ ସଂଶୋଧନ ହେଉ ଅବା ନୂତନ କାର୍ଡ ହେଉ ସେଥିରେ ଲୋକମାନଙ୍କ ଠାରୁ ଧାର୍ଯ୍ୟ ଦେୟଠାରୁ ଯଥେଷ୍ଟ ଅଧିକ ଅର୍ଥ ଆଦାୟ କରାଯାଉଛି।

ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ ପରିସରରେ ଥିବା ଆଧାର କେନ୍ଦ୍ର ମଧ୍ୟ ଏକ ଘରୋଇ ସଂସ୍ଥା ଦ୍ୱାରା ପରିଚାଳିତ ହେଉଥିବାବେଳେ ସେଠାରେ ବି ପୂର୍ବରୁ ସଂଶୋଧନ କ୍ଷେତ୍ରରେ ୫୦ଟଙ୍କା ପରିବର୍ତ୍ତେ ୧୦୦ଟଙ୍କା ଆଦାୟ କରାଯାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପାଇବା ପରେ ବ୍ୟାଙ୍କର ମୁଖ୍ୟ ପରିଚାଳକ ତୁରନ୍ତ ପଦକ୍ଷେପ ନେବା ସହ ସଂପୃକ୍ତ ଘରୋଇ ସଂସ୍ଥାକୁ ଧାର୍ଯ୍ୟଦର ଠାରୁ ଅଧିକ ଅର୍ଥ ନନେବା ପାଇଁ ତାଗିଦ୍‍ କରିବା ପରେ କିଛିଟା ସୁଧାର ଆସିଛି। ସେହିପରି ମୁଖ୍ୟ ଡାକଘରେ ନିଜେ ଡାକବିଭାଗ ଆଧାର କେନ୍ଦ୍ର ଚଳାଉଥିବାରୁ ସରକାରୀ ଧାର୍ଯ୍ୟଦର ଠାରୁ କେବେବି ଅଧିକ ଅର୍ଥ ଆଦାୟ କରାଯାଉନାହିଁ। ତେବେ ସେଠାରେ କର୍ମଚାରୀ ଅଭାବ ଯୋଗୁଁ ପ୍ରତିଦିନ ମାତ୍ର ୧୦ଜଣ ଲୋକଙ୍କର ଆଧାର ସଂଶୋଧନ ବା ନୂତନ କାର୍ଡ ଆବେଦନ କରାଯାଇ ପାରୁଛି। ଆଠଗଡ ସହରର ଗଦାସାହି ଡାକଘର, ତିଗିରିଆ, ବଡମ୍ବା ଓ ନରସିଂହପୁର ଡାକଘରେ କାହିଁକି ଆଧାର କେନ୍ଦ୍ର ଖୋଲାଯାଉନାହିଁ ତାହା ବୁଝା ପଡୁନାହିଁ। ସେସବୁ ଡାକଘରେ ଆଧାର କେନ୍ଦ୍ର ଖୋଲାଗଲେ ଆଠଗଡ ଡାକଘର ଉପରେ ଚାପ କମିବା ସହ ଲୋକେ ଉପକୃତ ହୋଇପାରନ୍ତେ।

- Advertisement -

ଏହାଛଡା ଆଠଗଡର ରାଧାଗୋବିନ୍ଦପୁର ଏବଂ ଏନଏସି କାର୍ଯ୍ୟାଳୟ ନିକଟରେ ଥିବା ଦୁଇଟି କେନ୍ଦ୍ର ସମେତ ଗ୍ରାମାଞ୍ଚଳର ମାଧବପୁର ଓ ଅନ୍ୟ ସ୍ଥାନରେ ଥବା କେନ୍ଦ୍ର ଗୁଡିକରେ ଆଧାର ସଂଶୋଧନ ପାଇଁ ଧାର୍ଯ୍ୟ ଦର ୫୦ଟଙ୍କା ପରିବର୍ତ୍ତେ ମନଇଚ୍ଛା ୧୫୦-୩୦୦ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଥିବା ବହୁ ସଂଖ୍ୟକ ଲୋକ ଅଭିଯୋଗ କରୁଛନ୍ତି। ଏପରିକି ଲୋକ ଅଭିଯୋଗ କଲେ ସଂପୃକ୍ତ ଘରୋଇ କେନ୍ଦ୍ର ଗୁଡିକରେ ଦୁର୍ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି। ନୂତନ ଆଧାରକାର୍ଡ ପାଇଁ କୌଣସି ଦେୟ ନଥିବାବେଳେ ସଂପୃକ୍ତ ଘରୋଇ କେନ୍ଦ୍ରଗୁଡିକ ଅର୍ଥ ଆଦାୟ କରୁଥିବା ଦେଖାଯାଉଛି। ଆଠଗଡ ପ୍ରଶାସନ ଏ ସଂପର୍କରେ ଅନୁସନ୍ଧାନ କରିବା ସହ ଓକାକ୍‍ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି ହେଉଛି। କେତେକ ଲୋକ ଏ ସଂପର୍କରେ ଓକାକ୍‍ କର୍ତ୍ତୃପକ୍ଷଙ୍କୁ ଚିଠି ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସଂପୃକ୍ତ କର୍ତ୍ତୃପକ୍ଷ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଏଠାରେ ଅସନ୍ତୋଷ ପ୍ରକାଶ ପାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories