www.samajalive.in
Monday, December 15, 2025
14.1 C
Bhubaneswar

ଆଠଗଡରେ ପୁଣି ପଲସର ଆତଙ୍କ, ଲୁଟିନେଲେ ୪୫ହଜାର ଟଙ୍କା

ଆଠଗଡ: ଆଠଗଡରେ ପଲସର ଲୁଟେରାଙ୍କର କିଛି ଦିନ ନୀରବତା ପରେ ପୁଣି ସକ୍ରିୟ ହୋଇଛନ୍ତି ଲୁଟେରା। ବ୍ୟାଙ୍କର ଏଟିଏମରୁ ଟଙ୍କା ଉଠାଇ ଯାଉଥିବା ଜଣେ ବୟସ୍କ ବ୍ୟକ୍ତିଙ୍କଠାରୁ ବୁଧବାର ଅପରାହ୍ନ ୧ଘଟିକାରେ ୪୫ହଜାର ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ଆଠଗଡ ଅଦାଲତରେ ମୋହରି ଭାବେ କାମ କରୁଥିବା ଯୋରନ୍ଦା ଅଞ୍ଚଳର ଗନ୍ଧର୍ବସେନ ପଞ୍ଚୁଆତି ନାମକ ଜଣେ ବ୍ୟକ୍ତି ଏଟିଏମରୁ ୪୫ହଜାର ଟଙ୍କା ଉଠାଇ ବ୍ୟାଗରେ ରଖି ନିଜ ମୋପେଡ ବାଇକର ଆଗରେ ଝୁଲାଇଥିଲେ। ଦୋରଡଠାରେ ଏକ ଦୋକନାରୁ କିଣାକିଣି କରିବା ସମୟରେ ଦୁଇଜଣ ହେଲମେଟ ଓ ତୁଣ୍ଡିବନ୍ଧା ଦୁର୍ବୁତ ଏକ କଳା ପଲସରରେ ଆସି ଟଙ୍କା ଥିବା ବ୍ୟାଗଟିକୁ ନେଇ ପଳାଇଥିଲେ। ଗନ୍ଧର୍ବସେନ ଦୋକାନରୁ କିଣିବା ସମୟରେ ଫଛକୁ ବୁଲି ଦେଖିବା ବେଳକୁ ଟଙ୍କା ବ୍ୟାଗଟି ନଥିବା ଦେଖିବାକୁ ପାଇଥିଲେ।

ସଂପୃକ୍ତ ଦୋକାନରେ ଲାଗିଥିବା ସିସିଟିବି ରେ କଳା ପଲସରରେ ଆସି ଦୁର୍ବୁତ ବ୍ୟାଗ ଲୁଟିଥିବା ଚିତ୍ର ଉତ୍ତୋଳିତ ହୋଇଥିବା ଦେଖିବାକୁ ମିଳିଛି। ଏ ସଂପର୍କରେ ଗନ୍ଧର୍ବସେନ ଆଠଗଡ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଆଇଆଇସି ଶୁଭ୍ରାଂଶୁ ଶେଖର ପରିଡା ଅନ୍ୟ ଅଧିକାରୀଙ୍କ ସହ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଥିଲେ। ସିସିଟିଭିରେ ଉତ୍ତୋଳିତ ଚିତ୍ରକୁ ଯାଞ୍ଚ କରି ସଂପୃକ୍ତ ଦୁଇ ଲୁଟେରାଙ୍କୁ ଧରିବା ପାଇଁ ଉଦ୍ୟମ କରାଯାଉଛି ବୋଲି ଆଇଆଇସି ଶ୍ରୀ ପରିଡା ପ୍ରକାଶ କରିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories