www.samajalive.in
Sunday, December 14, 2025
17.1 C
Bhubaneswar

ଧବଳମୁଖୀ ବେଶରେ ଦର୍ଶନ ଦେଲେ ମା’ ସମଲେଶ୍ବରୀ

ସମ୍ବଲପୁର: ମହାଳୟା ଅବସରରେ ଭକ୍ତମାନେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ବରୀଙ୍କ ଧବଳମୁଖୀ ବେଶ ଦର୍ଶନ କରିଥିଲେ। ଏହି ବେଶରେ ମା’ଙ୍କୁ ଦର୍ଶନ କଲେ ଗଙ୍ଗାଦର୍ଶନ ଲାଭ ହୋଇଥାଏ ବୋଲି ବିଶ୍ବାସ ରହିଛି। ଗତବର୍ଷ କରୋନା ମହାମାରୀ ଯୋଗୁଁ ଭକ୍ତଙ୍କୁ ମନ୍ଦିର ପ୍ରବେଶ ବାରଣ ଥିବାରୁ ଗଙ୍ଗା ଦର୍ଶନରୁ ବଞ୍ଚିତ ହୋଇଥିଲେ। ଆଜି କରୋନା କଟକଣା ମାନି ଭକ୍ତମାନେ ସକାଳ ୬ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଧବଳମୁଖୀ ବେଶ ଦର୍ଶନ କରିଥିବାବେଳେ ପୂର୍ବାହ୍ଣ ସା​‌େଢ଼ ୧୧ଟାରୁ ଅପରାହ୍ଣ ୧୨ଟା ୧୫ ମିନିଟ ପର୍ଯ୍ୟନ୍ତ ମା’ଙ୍କୁ ଭୋଗ ଅର୍ପଣ ସମୟରେ ମନ୍ଦିର ବନ୍ଦ ରହିଥିଲା। ଆଜି ସକାଳୁ ଦିନତମାମ ଭକ୍ତମାନେ ମନ୍ଦିରରେ ଦର୍ଶନ କରିଥିଲେ। ତେବେ, ଲୋକମାନେ ସ୍ବତଃପ୍ରବୃତ୍ତ ଭାବରେ କଟକଣା ମାନୁଥିବାରୁ ଭିଡ଼ ସ୍ବାଭାବିକ ଥିବା ପରିଲକ୍ଷିତ ହୋଇଥିଲା। ଆସନ୍ତା ​‌ଶୁକ୍ରବାର ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ମା’ ସମଲେଶ୍ବରୀ ଧବଳମୁଖୀ ବେଶରେ ଦର୍ଶନ ଦେବେ। ତେବେ, ମାନସିକ ଜାଗର ଦୀପ ପ୍ରଜ୍ବଳନ ଗୁରୁବାରଠାରୁ ଆରମ୍ଭ ହେଉଥିବାବେଳେ ଭକ୍ତମାନଙ୍କୁ ଦୀପଘର ଯିବାକୁ ବାରଣ ରହିଛି।

ମଙ୍ଗଳବାର ରାତି ୧୧ଟାରୁ ମା’ଙ୍କ ଧବଳମୁଖୀ ବେଶ କରିବା ଆରମ୍ଭ ହୋଇ ବିଳମ୍ବିତ ରାତି ପ୍ରାୟ ଅଢ଼େଇଟାରେ ସରିଥିବା ସମଲେଶ୍ବରୀ ମନ୍ଦିରର ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟ ସୂଚନା ଦେଇଛନ୍ତି। ଏହାପରେ ସକାଳ ପ୍ରାୟ ୪ଟା ୪୫ମିନିଟ ସମୟରେ ମନ୍ଦିର ଖୋଲି ମହାଳୟା ପୂଜା ପରେ ନିତ୍ୟାନି ପୂଜା କରାଯାଇ ମହାଆଳତୀ କରାଯାଇଥିଲା। ମା’ଙ୍କୁ ଆଜି ସ୍ବତନ୍ତ୍ର ଗୁଡ଼ବରା ଭୋଗ ଲାଗି କରାଗଲା। ଏହାପରେ ସକାଳ ୬ଟାରୁ ଭକ୍ତମାନେ ମା’ଙ୍କ ଧବଳମୁଖୀ ବେଶ ଦର୍ଶନ କରିଥିଲେ। ସନ୍ଧ୍ୟା ୭ଟାରେ ଭକ୍ତଙ୍କ ଦର୍ଶନ ଅବଧି ଶେ​ଷ​‌ ହେବାପରେ ଷୋଡ଼ଶ ଉପଚାର ପୂଜା କରାଯାଇ ସନ୍ଧ୍ୟା ଆଳତୀ କରାଯାଇଥିବା ମୁଖ୍ୟ ପୂଜକ ଶ୍ରୀ ରାୟ କହିଛନ୍ତି। ଆସନ୍ତାକାଲି ଗୁରୁବାରରୁ ନବଦିନାତ୍ମକ ମାନସିକ ଦୀପ ପ୍ରଜ୍ବଳନ ଆରମ୍ଭ ହେବ।

- Advertisement -

ଶ୍ରୀ ଶ୍ରୀ ସମଲେଶ୍ବରୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଭକ୍ତମାନେ ତୁଣ୍ଡି (ମାସ୍କ) ପିନ୍ଧିବା ସହିତ ସାମାଜିକ ଦୂରତା ରକ୍ଷା, ମନ୍ଦିର ଭିତରକୁ ଦୀପ, ଫୁଲ, ନଡ଼ିଆ, ପ୍ରସାଦ ଆଦି ମନା, କୋଭିଡ ନିୟମ ମାନି କାନ୍ଥ ବା ଦେବାଦେବୀଙ୍କୁ ସ୍ପର୍ଶ କରିବା ନିଷେଧ, ମନ୍ଦିର ପ୍ରାଙ୍ଗଣରେ ବସିବା, ଧ୍ୟାନ କରିବା ଆଦି ମନା, ସଂକ୍ରମଣକୁ ଦୃଷ୍ଟିରେ ରଖି ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ଶିଶୁଙ୍କୁ ମନ୍ଦିରକୁ ନଆସିବାକୁ ଅନୁରୋଧ କରାଯାଇଛି। ଟ୍ରଷ୍ଟ ବୋର୍ଡର ସୂଚନା ଅନୁଯାୟୀ ଅକ୍ଟୋବର ୧୧ରେ ମହାସପ୍ତମୀ, ୧୨ରେ ମହାଷ୍ଟମୀ, ୧୩ରେ ଭାଇ ଜିଉଁତିଆ ଓ ଆଖଡ଼ାର ନଗର ପରିକ୍ରମା, ୧୪ରେ ପୀଠେ ବିଶ୍ରାମ ଥିବାବେଳେ ୧୫ରେ ଦଶହରା, ମା’ ସମଲେଶ୍ବରୀଙ୍କ ରଣଜିତା ଉତ୍ସବ ଓ ନବଦିନାତ୍ମକ ଦୀପ ବିସର୍ଜନ କରାଯିବ। ଅକ୍ଟୋବର ୨୦ ତାରିଖ କୁମାର ପୂର୍ଣ୍ଣିମାରେ ମା’ ସମଲେଶ୍ବରୀଙ୍କ ରାଜରାଜେଶ୍ବରୀ ବେଶ ଏବଂ ମନ୍ଦିରରେ ନୂତନ ଧ୍ବଜାରୋହଣ କାର୍ଯ୍ୟକ୍ରମ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories