www.samajalive.in
Monday, December 15, 2025
16.1 C
Bhubaneswar

ସିକୋ ଫରେଷ୍ଟ ବିଟ ହାଉସରେ ୧୦ ମାସ ହେଲା ତାଲା ଝୁଲୁଛି

ସିକୋ: ବେଗୁନିଆ ବ୍ଲକ ଅନ୍ତର୍ଗତ ସିକୋଠାରେ ଖୋଲାଯାଇଥିବା ଫରେଷ୍ଟ ବିଟ ହାଉସରେ କର୍ମଚାରୀ ନଥିବା ଯୋଗୁଁ ସେଠାରେ ଗତ ଡିସେମ୍ବର ମାସରୁ ତାଲା ପଡିଥିବାର ଦେଖିବାକୁ ମିଳୁଛି। ସିକୋ ସାହି ଭିତରକୁ ଯିବା ରାସ୍ତାରେ ଏହି କାର୍ଯ୍ୟାଳୟଟି ଅବସ୍ଥିତ। ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ସରକାର ଏହି କାର୍ଯ୍ୟାଳୟଟି ନିର୍ମାଣ କରିଥିବା ବେଳେ ଏବେ ୧୧ ମାସ ହେଲା ସେଠାରେ ତାଲା ଝୁଲୁଛି। ତାଲା ପଡି ରହିବା ଯୋଗୁଁ କାର୍ଯ୍ୟାଳୟ ଭିତର ଏକ ପ୍ରକାର ଜଙ୍ଗଲରେ ପରିଣତ ହୋଇ ସରୀସୃପମାନଙ୍କ ବାସସ୍ଥାନ ପାଲଟି ଥିବା ବେଳେ ଘର ଭିତରେ ଉଇ ହୁଙ୍କା ଚଢ଼ିଗଲେଣି। ସବୁବେଳେ ତାଲା ପଡିରହିବା ଯୋଗୁଁ କାର୍ଯ୍ୟାଳୟର ଗେଟ ଏବଂ ପାଚେରୀକୁ ଲୋକମାନେ ସେମାନଙ୍କର ଲୁଗା ପଟା ଶୁଖାଇବା ସ୍ଥାନ ଭାବେ ବ୍ୟବହାର କରୁଥିବାର ଦେଖିବାକୁ ମିଳୁଛି।

ଏଠାରେ କାର୍ଯ୍ୟରତ କର୍ମଚାରୀ ଡିସେମ୍ବର ମାସରୁ ବଦଳି ହୋଇ ଗଲାପରେ ତାଙ୍କ ସ୍ଥାନରେ କାହାରିକୁ ନିଯୁକ୍ତି ଦିଆନଯାଇ ତାଙ୍କୁ ଏଠାରୁ କାହା ସ୍ୱାର୍ଥରେ ରିଲିଭ କରାଗଲା ବୋଲି ସାଧାରଣରେ ଆଲୋଚନା ହେଉଛି। ଲୋକମାନଙ୍କର ଏଠାରେ ଏବେ କୌଣସି କାମ ହେଉନଥିବା ବେଳେ ଅଯଥା ହଇରାଣ ହରକତ ହୋଇ ଧାଇଁବା ସାର ହେଉଛି। ସେହିପରି ବେଗୁନିଆ ବ୍ଲକର ସିମୋର ଠାରେ ଖୋଲା ଯାଇଥିବା ଫରେଷ୍ଟ ବିଟ ହାଉସରେ ନିଯୁକ୍ତି ପାଇଥିବା ବନପାଳ ଏଠାରେ ଆଦୌ ନରହି ଖୋର୍ଦ୍ଧାରେ ରହୁଥିବା ଅଭିଯୋଗ ହେଉଛି। ତାଙ୍କର କାର୍ଯ୍ୟାଳୟକୁ ଗଲେ କେହି ତାଙ୍କର ଦେଖା ପାଉନାହାନ୍ତି। ବାହାର ଲୋକ କାର୍ଯ୍ୟାଳୟ ଖୋଲି ବସୁଥିବା ବେଳେ ମାଡ଼ାମ ଆସିଥିଲେ ଏଇଠିକି ଯାଇଛନ୍ତି ବୋଲି କହି ବୋଧ ଦେଉଛନ୍ତି।

- Advertisement -

ଏବେ ସମ୍ପୃକ୍ତ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଗଛ ଲଗା ଯାଉଥିବା ବେଳେ ଏଥିରେ ବହୁ ଅର୍ଥ ହେରଫେର ହୋଇଥିବାର ସାଧାରଣରେ ଅଭିଯୋଗ ହେଉଛି। ଗଛଗୁଡିକ ଲଗାଇ ଦିଆଯାଇ ତାର ଯତ୍ନ ନିଆ ଯାଉନାହିଁ କିମ୍ବା ସାର ଏବଂ ପାଣି ଦିଆ ନଯିବା ଯୋଗୁଁ ଅନେକ ଜାଗାରେ ଗଛ ଗୁଡିକ ମରିଯାଉଥିବା ଦେଖିବାକୁ ମିଳୁଛି। ଏ ସଂକ୍ରାନ୍ତରେ ବୁଝିବା ପାଇଁ ବନପାଳ ପ୍ରିୟଦର୍ଶିନୀ ସେଠୀଙ୍କୁ ଫୋନ କରିଥିଲେ ମଧ୍ୟ ସେ ଫୋନ ଗ୍ରହଣ କରି ନଥିଲେ।

Hot this week

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

Related Articles

Popular Categories