www.samajalive.in
Monday, December 15, 2025
24.1 C
Bhubaneswar

ନୀତି ଆୟୋଗ ଅଧିକାରୀଙ୍କ ଉନ୍ନତ ଧରଣର କୁମ୍ଭାର ଭାଟି ପରିଦର୍ଶନ

ନବରଙ୍ଗପୁର: ଆଜି ନୀତି ଆୟୋଗର ଅଟଳ ଟିଙ୍କରିଙ୍ଗ ଲ୍ୟାବର ଯୁବ ଅଧିକାରୀ ଆଶିଷ ପାଣ୍ଡେ ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପର ଅଧିନରେ ପାପଡ଼ା ହାଣ୍ଡି ବ୍ଲକର ତଣ୍ଡlଗୁଡା ଠାରେ ସ୍ଥାପିତ ଉନ୍ନତ ଧରଣର କୁମ୍ଭାର ଭାଟି ଦ୍ଵାରା ହେଉଥିବା ଲାଭ ସମ୍ପର୍କରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କ ସହ ଆଲୋଚନା କରିଥିଲେ। ନୂତନ ଜ୍ଞାନ କୌଶଳର ଫାଇଦା ଓ ଲାଭ ସମ୍ପର୍କରେ ପଚାରି ବୁଝିଥିଲେ। ଭାରତ ସରକାରଙ୍କ ଅଧିନରେ ନୂତନ ଯୋଜନା ଅଟଳ ଇନୋଭେସନ ମାଧ୍ୟମରେ ନୂତନ ଡିଜାଇନ୍ ପ୍ରସ୍ତୁତ ଓ ବଜାର ଚାହିଦା ମୁତାବକ ମାଟିର ସାମଗ୍ରୀ ପ୍ରସ୍ତୁତ ତିଆରି କରିବା ପାଇଁ ପରାମର୍ଶ ଦେଇଥିଲେ। ମୂଖ୍ୟ କୁମ୍ବକାର ଫଗୁଣ କୁମ୍ଭାର ନୂତନ ଭାଟି ସ୍ଥାପନ ଦ୍ଵାରା ଅଳ୍ପ ସମୟ ମଧ୍ୟରେ ମାଟି ପୋଡିଯିବା ସହ ମଜଭୁତ ହୋଇପାରିଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଉପ ନିର୍ଦେଶକ ବି. ଭୁଁୟା, ପାପଡା ହାଣ୍ଡି ଗୋଷ୍ଟୀ ଉନ୍ନୟନ ଅଧିକାରୀ ରଞ୍ଜିତା ମଲ୍ଲିକ, ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପର କ୍ରିୟାନ୍ୱୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି ସହ ୬ଟି ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ଉପସ୍ଥିତ ଥିଲେ।

Hot this week

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

ସମ୍ପାଦକୀୟ : ସଲ୍ଟଲେକ୍‌ ଦୁଃଖ

ନିୟମ ସମସ୍ତଙ୍କ ପାଇଁ ସମାନ କଲକାତାର ସଲ୍ଟଲେକ୍ ଷ୍ଟାଡିୟମରେ ବିଶ୍ୱର ମହାନ ଫୁଟବଲ...

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

Related Articles

Popular Categories