www.samajalive.in
Monday, December 15, 2025
24.1 C
Bhubaneswar

୩ ଆନ୍ତଃ ରାଜ୍ୟ କେନ୍ଦୁପତ୍ର ଚୋର ଗିରଫ

ରେଙ୍ଗାଲି: ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ଠେଲକୋଲୋଇ ଅଞ୍ଚଳ ରେ ପୁଳିସ ପାଟ୍ରୋଲିଂ ସମୟରେ ଏକ ଅନ୍ତଃ ରାଜ୍ୟ କେନ୍ଦୁପତ୍ର ୩ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଥିବାର ଜଣାପଡିଛି। ୩ଜଣିଆ ଚୋର ଦଳରେ ଜଣେ ମହିଳା ଅଛନ୍ତି। ଏହି ଚୋରଦଳଙ୍କୁ ପୁଳିସ କାବୁ କରି ଏକ ୪୦୭ ଟ୍ରକ୍ ସହିତ ୩୮୦ ବଣ୍ଡଲ କେନ୍ଦୁପତ୍ର ଜବତ କରାଯାଇଛି।

ସୂଚନାରୁ ପ୍ରକାଶ ଯେ ଆଜି ସମ୍ବଲପୁର ଜିଲା ଜୁଜୁମୁରାରୁ ପଶ୍ଚିମବଙ୍ଗକୁ ଏକ ଟଟା ୪୦୭ (ଡବ୍ଲ୍ୟୁବି ୨୯ସି ୦୨୧୨) ଗାଡ଼ିରେ କେନ୍ଦୁପତ୍ର ଚୋରାଚାଳାଣ ହେଉଥିଲା। ସମ୍ବଲପୁର ଜିଲା ଠେଲକୋଲଇ ଥାନାର ସବ୍ ଇନ୍ସପେକ୍ଟର ପ୍ରମୋଦ କୁମାର ସାହୁ ସଦଳବଳେ ପାଟ୍ରୋଲିଂ କରୁଥିବା ବେଳେ ଉକ୍ତ ଗାଡି ଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ଗାଡିରୁ ୩୮୦ ବଣ୍ଡଳ କେନ୍ଦୁପତ୍ର ଥିବାର ପୋଲିସ ଦେଖିଥିଲା। ଗାଡ଼ିରେ ଥିବା ପଶ୍ଚିମବଙ୍ଗ କାଲିଘାଟ ର ତପନ ମଣ୍ଡଳ (୪୮), ମେଦିନୀପୁର ର ସବୀର ନାୟକ (୨୭) ଓ ସାଜିଦା ବିବି(୪୭)କୁ ପୋଲିସ ଧରି ବନ ବିଭାଗ କୁ ହସ୍ତାନ୍ତର କରିଛି। ବନ ବିଭାଗ ମହିଳାଙ୍କ ସହ ୩ ଜଣଙ୍କୁ ଗିରଫ କରିବା ସହ ୩୮୦ ବଣ୍ଡଳ କେନ୍ଦୁପତ୍ର ଓ ୪୦୭ ଗାଡିକୁ ଜବତ କରିଛି। ଜବତ କେନ୍ଦୁପତ୍ରର ମୂଲ୍ୟ ପାଖାପାଖି ୬ ଲକ୍ଷ ଟଙ୍କା ହେବବୋଲି ଜଣାପଡିଛି। ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories