www.samajalive.in
Tuesday, December 9, 2025
15.1 C
Bhubaneswar

ବିଦ୍ୟା ଷ୍ଟଡ଼ି ପଏଣ୍ଟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ସାରନଗରୀ: ଆଜି ସାରନଗରୀ ସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ବିଦ୍ୟା ଷ୍ଟଡ଼ି ପଏଣ୍ଟ ପକ୍ଷରୁ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ୧୫୨ତମ ଓ ଶାନ୍ତିର ଦୂତ ଲାଲବାହାଦୂର ଶାସ୍ତ୍ରୀଙ୍କ ୧୧୭ତମ ଜୟନ୍ତୀ କୋଭିଡ଼ ଗାଇଡ଼ ଲାଇନ ଅନୁଯାୟୀ ପାଳିତ ହୋଇଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ୟ୍ୟକ୍ରମରେ ଅତିଥି ଭାବେ କବି ହରିହର ବେହେରା,କବି ସଚ୍ଚିନ୍ଦ୍ର ସ୍ୱାଇଁ, ପଣ୍ଡିତ ଭାସ୍କର ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଗାନ୍ଧିଜୀ ଓ ଶାସ୍ତ୍ରୀଜୀଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଉକ୍ତ ପବିତ୍ର ଦିବସରେ ଅନୁଷ୍ଠାନର ବିଦ୍ୟାର୍ଥୀ ମାନେ ଜାତିର ପିତା ଗାନ୍ଧୀଙ୍କ ଓ ଶାନ୍ତିର ଦୂତ ଶାସ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି ଅବସରରେ ସତ୍ୟର ପୂଜାରୀ ମହାତ୍ମାଗାନ୍ଧୀ ଓ ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର କର୍ମମୟ ଜୀବନ,ସ୍ୱାଧୀନତା ସଂଗ୍ରାମ,ସମାଜସେବା,ଗ୍ରାମ ସ୍ୱରାଜ ଅଭିଯାନ ସର୍ବୋପରି ଆଧୁନିକ ଭାରତ ଗଠନରେ ନେତା ଦ୍ୱୟଙ୍କ ଭୂମିକା ସମ୍ପର୍କରେ ଅତିଥି ମାନେ ବିଷଦ ଆଲୋଚନା କରିଥିଲେ । ଉଭୟ ମହାପୁରୁଷଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତ୍ୟ ଓ ନ୍ୟାୟ ପଥକୁ ପାଥେୟ କରି କାର୍ୟ୍ୟ ସମ୍ପାଦନ ପାଇଁ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ବକ୍ତା ମାନେ ଆହ୍ୱାନ ଦେଇଥିଲେ । ଭାରତର ସ୍ୱାଧୀନତା ପଛରେ ଗାନ୍ଧୀ ଓ ଶାସ୍ତ୍ରୀଙ୍କ ଅବଦାନ ଚିରସ୍ମରଣୀୟ ବୋଲି କାର୍ୟ୍ୟକ୍ରମରେ ମତ ପ୍ରକାଶ ପାଇଥିଲା । ଆୟୋଜିତ ଏହି ନିରାଡମ୍ବର କାର୍ୟ୍ୟକ୍ରମରେ ଅନୁଷ୍ଠାନର ଅଧ୍ୟାପକ ସୁନୀଲ ସାମଲ, ଅଧ୍ୟାପକ ଆଦିତ୍ୟ ରଂଜନ,ଗୌରାଙ୍ଗ ବଡ଼ାଇକ, ସତେନ୍ଦ୍ର କୁମାର ସିଂହଙ୍କ ସମେତ ସେକ୍ଟର-୨୨ ଏମ୍ପୋଲୟିଜ ୱେଲଫେୟାର ଟ୍ରଷ୍ଟର ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories