ଛେଳି ଶିକାର କରୁଥିବା କୁମ୍ଭୀରକୁ ଧରିଲେ ଗ୍ରାମବାସୀ

0

ରାଞ୍ଚି: ଝାଡ଼ଖଣ୍ଡର ସାହେବଗଞ୍ଜ ଜିଲାରେ ଦୀର୍ଘ ଦିନ ଧରି ଆତଙ୍କ ସୃଷ୍ଟି କରିଥିବା ଏକ କୁମ୍ଭୀରକୁ ଗ୍ରାମବାସୀ ଧରିବାରେ ସଫଳ ହୋଇଛନ୍ତି। ଛୋଟ ମଦନସାହି ଅଞ୍ଚଳବାସୀ ଓ ଜଙ୍ଗଲବିଭାଗ କର୍ମଚାରୀଙ୍କ ସହଯୋଗରେ ଦୀର୍ଘ ୧୬୩ ଘଣ୍ଟାକାଳ ପ୍ରୟାସ କରିବା ପରେ ଏହି କୁମ୍ଭୀରକୁ ଧରିବାରେ ସଫଳ ହୋଇଥିଲେ। ଗଙ୍ଗା ନଦୀରେ ଗ୍ରାମବାସୀ ୩ଟି କୁମ୍ଭୀର ଥିବା ଅଭିଯୋଗ କରିଥିଲେ। ବୁଧବାର ଗୋଟିଏ କୁମ୍ଭୀର ନଦୀକୁ ପାଣି ପିଇବାକୁ ଆସିଥିବାବେଳେ ଏକ  ଛେଳିକୁ ଶିକାର କରି ଖାଉଥିବାବେଳେ ଗ୍ରାମବାସୀମାନେ ସଂଘବଦ୍ଧଭାବେ ଉକ୍ତ କୁମ୍ଭୀରକୁ ବାନ୍ଧି ଦେଇଥିଲେ। ଘଟଣାସ୍ଥଳରେ ଅନ୍ୟ ୨ କୁମ୍ଭୀର ଉପସ୍ଥିତ ଥିଲେ ମଧ୍ୟ ସେମାନଙ୍କୁ ଧରିବାରେ ଗ୍ରାମବାସୀ ବିଫଳ ହୋଇଛନ୍ତି। ନଦୀକୂଳରେ ଥିବା  ଗ୍ରାମବାସୀଙ୍କୁ ନଦୀ କୂଳକୁ ନଯିବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

kalyan agarbati
Leave A Reply