www.samajalive.in
Monday, December 15, 2025
16.1 C
Bhubaneswar

ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ : ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ: ସମଲିଙ୍ଗୀ ସମ୍ପର୍କ ଅପରାଧ ନୁୁହେଁ । ତେଣୁ ଧାରା ୩୭୭ର ବୈଧତାକୁ ଚ୍ୟାଲେଞ୍ଜ କରି କରାଯାଇ ଥିବା ଆବେଦନକୁ ନେଇ ସୁପ୍ରିମ କୋର୍ଟର ୫ ଜଣିଆ ବେଞ୍ଚ ସହମତି ପ୍ରକାଶ କରିଛନ୍ତି । ଜୁଲାଇ ୧୭ ତାରିଖରେ ୪ଦିନ ଧରି ଶୁଣାଣି ପରେ ସୁପ୍ରିମ କୋର୍ଟ ରାୟକୁ ସୁରକ୍ଷିତ ରଖିଥିଲେ ।
ତେବେ ଗୁରୁବାର ଏହି ମାମଲାର ରାୟ ପ୍ରକାଶ କରି ସର୍ବୋଚ୍ଚ ନ୍ୟାୟାଳୟ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ବୋଲି  କହିଛନ୍ତି। ସୁପ୍ରିମ କୋର୍ଟର ୫ଜଣିଆ ଖଣ୍ଡପୀଠ ରାୟ ପ୍ରକାଶ କରିଛନ୍ତି ସମଲିଙ୍ଗୀ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ଅଧିକାର ରହିଛି। ଜଣେ ବ୍ୟକ୍ତି ଯେମିତି ତା’ଙ୍କୁ ସେମିତି ଭାବେ ଗ୍ରହଣ କରିବା ଉଚିତ ବୋଲି ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର ରାୟ ପ୍ରଦାନ କରିଛନ୍ତି।
୫ଜଣିଆ ଖଣ୍ଡପୀଠରେ ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ରୋହିଟନ ନରୀମନ, ଏଏମ ଖାନବିଲକର, ଡି ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ ଇନ୍ଦୁ ମଲହୋତ୍ରା ପ୍ରମୁଖ ସେମାନଙ୍କ ରାୟ ପ୍ରଦାନ କରିବା ପରେ ମାନ୍ୟବର କୋର୍ଟ ସମଲିଙ୍ଗୀ ସମ୍ପର୍କକୁ ମାନ୍ୟତା ପ୍ରଦାନ କରିଛନ୍ତି।

ଦୁଇ ଜଣ ବୟସ୍କଙ୍କ ମଧ୍ୟରେ ସମ୍ମତି ଭିତ୍ତିରେ ଅପ୍ରାକୃତିକ ଶାରୀରିକ ସମ୍ପର୍କକୁ ଆଇନ ଦୃଷ୍ଟିକୋଣରୁ ଅପରାଧ ଘୋଷଣା କରିବା ସମ୍ବନ୍ଧୀୟ ସମସ୍ତ ନିଷ୍ପତ୍ତି କେନ୍ଦ୍ର ସରକାର କୋର୍ଟଙ୍କ ଉପରେ ଛାଡ଼ିଦେଇଛନ୍ତି। ପ୍ରଚଳିତ ଆଇନ ଅନୁସାରେ କୌଣସି ପୁରୁଷ, ମହିଳା କିମ୍ବା ପଶୁଙ୍କ ସହିତ ଅପ୍ରାକୃତିକ ଶାରୀରିକ ସମ୍ପର୍କ ସ୍ଥାପନ ଏକ ଅପରାଧ। ଧାରା ୩୭୭ ଅନୁସାରେ ଏହି ଅପରାଧ ପାଇଁ ଦୋଷୀଙ୍କୁ ୧୦ ବର୍ଷ ପର୍ୟ୍ୟନ୍ତ କାରାଦଣ୍ଡାଦେଶ ଦେବାର ବ୍ୟବସ୍ଥା ରହିଛି; କିନ୍ତୁ ଏହି ଧାରା ବିରୋଧରେ ସ୍ୱେଚ୍ଛାସେବୀ ସଂଗଠନ ନାଜ୍ ପାଉଣ୍ଡେସନ୍ ପ୍ରଥମଥର ଲାଗି ସ୍ୱର ଉଠାଇ କୋର୍ଟଙ୍କ ଆଶ୍ରୟ ନେଇଥିଲା।

- Advertisement -

ଏହାପେର ସାରା ଦେଶରେ ଏଥିପ୍ରତି ସମର୍ଥନ ଦେଉଥିବା ସମାଜିକ କର୍ମୀ ଖୁସୀ ମନାଇଥିଲେ । ଭୁବନେଶ୍ୱରରେ କିନ୍ନରଙ୍କ ସହ ବିଭିନ୍ନ ସାମଜିକ କର୍ମୀ ବାଜା ବଜାଇ ନୃତ୍ୟ ଗୀତର ଏହି ରାୟକୁ ସ୍ୱାଗତ କରିଥିଲେ  । ଅନେକ ସ୍ଥାନରେ ଏଥିପାଇଁ ମିଷ୍ଟାନ ବଣ୍ଟନ କରାଯାଇଥିଲା ।

ଏହାକୁ କିନ୍ନର ଆଖାଡାର ପୂର୍ବ ଭାରତ ମହାମଣ୍ଡଳେଶ୍ୱରୀ ମୀରା ପରିଡା ସ୍ୱାଗତ କରିଛନ୍ତି । ସମସ୍ତଙ୍କୁ ସମାନ ଭାବେ ବଞ୍ଚିବା ପାଇଁ ସୁପ୍ରିମକୋର୍ଟଙ୍କ ଏହି ରାୟ ସାହାଯ୍ୟ କରିବା ବୋଲି ସେ ସୂଚନା ଦେଇଛନ୍ତି ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories