ଚତୁର ଶୁଆ

0

ଗବେଷକଙ୍କ ତଥ୍ୟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ବିଶ୍ବରେ ପ୍ରାୟ ୩୭୨ ପ୍ରଜାତିର ଶୁଆ ଠାବ ହୋଇଛନ୍ତି। ଶୁଆମାନେ ଦଳ ବାନ୍ଧି ଜଙ୍ଗଲରେ ରହିବାକୁ ପସନ୍ଦ କରନ୍ତି। ଆମେରିକୀୟ ଓ ଆଫ୍ରିକୀୟ ଶୁଆ ଅଧିକ ଚତୁର ବୋଲି ବିଭିନ୍ନ ଅନୁସନ୍ଧାନରୁ ଜଣାପଡ଼ିଛି। ମନୁଷ୍ୟର ଶବ୍ଦ ଓ ସ୍ବରକୁ ଅନୁକରଣ କରିବାରେ ସିଦ୍ଧହସ୍ତ ଶୁଆ ଅତିବେଶୀରେ ୫୦ଟି ଶବ୍ଦ ନିଜ ଜୀବନକାଳରେ ମନେରଖିପା​‌େ​‌ର ବୋଲି ଗବେଷକଙ୍କ ମତ। ତେବେ ଏ ବାବଦରେ ଆଫ୍ରିକୀୟ ଧୂସର ରଙ୍ଗର ଶୁଆ ଅଧିକ ଆଗୁଆ। ଏମାନେ ୧୦୦ରୁ ଅଧିକ ଶବ୍ଦକୁ ମନେରଖିପାରୁଥିବାବେଳେ ନିଜ ଚାରିପାଖର ସ୍ବରକୁ ମଧ୍ୟ ନିମିଷକରେ ଅନୁକରଣ କରିଥାନ୍ତି। ଆମେରିକାର ଟେନେସ୍‌ରେ ଥିବା ଚିଡ଼ିଆଖାନାର ଚର୍ଚ୍ଚିତ ଶୁଆ ‘ଆଇନ୍‌ଷ୍ଟାଇନ୍‌’କୁ ବିଚକ୍ଷଣ ପକ୍ଷୀର ମାନ୍ୟତା ମିଳିଛି। କାରଣ ଗତ କିଛି ବର୍ଷ ମଧ୍ୟରେ ଏଇ ଶୁଆଟି ୨୦୦ ଶବ୍ଦ ମନେରଖିପାରିଥିବାବେଳେ ନିର୍ଭୁଲ ଭାବେ ସେସବୁକୁ ଉଚ୍ଚାରଣ କରିଥାଏ। ଅଧିକାଂଶ ପ୍ରଜାତିର ଶୁଆ ନମ୍ର ସ୍ବଭାବର ହୋଇଥିବା କାରଣରୁ ମନୁଷ୍ୟ ସହ ଏମାନଙ୍କର ଉତ୍ତମ ବନ୍ଧୁତା ହୋଇଥାଏ।

Leave A Reply