www.samajalive.in
Sunday, December 7, 2025
14.1 C
Bhubaneswar

ଗୁଲାବ ବାତ୍ୟାର ପ୍ରଭାବରେ ୩୦୦ରୁ ଉର୍ଦ୍ଧ ମକା ଫସଲ ନଷ୍ଟ ; ଚିନ୍ତାରେ ମକାଚାଷୀ 

ନବରଙ୍ଗପୁର : ବାତ୍ୟା ଗୁଲାବର ପ୍ରଭାବ ନବରଙ୍ଗପୁର ଜିଲ୍ଲାର ପାପଡାହାଣ୍ଡି ବ୍ଲକ ଅଂଚଳରେ ଦେଖିବାକୁ ମିଳିଛି। ବାତ୍ୟା ପ୍ରଭାବରେ ନଷ୍ଟ ହେଲା ୩୦୦ ରୁ ଉର୍ଦ୍ଧ ଏକର ମକାଫସଲ। ବର୍ତମାନ ଚିନ୍ତାରେ ଚାଷୀ ।
ଆଉ ଅଳ୍ପ ଦିନ ମଧ୍ୟରେ ମକା ଅମଳ ହୋଇଥାନ୍ତା, ୨ପଇସା ଲାଭବାନ ହୋଇଥାନ୍ତେ ମକା ଚାଷୀ । ବର୍ତମାନ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ । ରାଜ୍ୟ ଏସ ଆର ସି ଙ୍କ ତରଫରୁ ନବରଙ୍ଗପୁର ଜିଲ୍ଲାକୁ ଆଗୁଆ ବାତ୍ୟା ର ସୂଚନା ଦେଇ ସତର୍କ ରହିବାପାଇଁ ଜିଲ୍ଲା ପ୍ରଶାସନ କୁ ନିର୍ଦେଶ ଦେବାପରେ ନବରଙ୍ଗପୁର ଜିଲ୍ଲାପ୍ରଶାସନ ତରଫରୁ ସମସ୍ତ ପ୍ରକାର ଆଗୁଆ ସତର୍କତା ଅବଲମ୍ବନ କରି ସମସ୍ତ ପ୍ରକାର ସମସ୍ୟାକୁ ମୁକାବିଲା କରିବାକୁ ପ୍ରସ୍ତୁତି କରିଥିଲେ ଜିଲ୍ଲାପ୍ରଶାସନ । କିନ୍ତୁ ବାତ୍ୟାର ପ୍ରକପ ଦୁର୍ବଳ ହୋଇଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ସହ ପବନ ହୋଇଥିବା ବେଳେ କିଛି ଅଂଚଳରେ ଖାଲି ମେଘୁଆ ପାଗ ରହିଥିଲା ।  ରାତ୍ର ଏବଂ ଗତକାଲି ଭୋର ସମୟରେ ପାପଡାହାଣ୍ଡି ବ୍ଲକର ନୂଆକଟ ଏବଂ କଣ୍ଟାମ।ଳ ପଂଚାୟତ ଅଞ୍ଚଳରେ ଜୋରରେ ପବନ ବୋହିବା ସାଙ୍ଗକୁ ବର୍ଷା ହୋଇଥିବା ଯୋଗୁଁ ଏହି ଅଂଚଳର ପାଖାପାଖି ୮/୧୦ ଖଣ୍ଡ ଗ୍ରାମର ମକା ଫସଲ ସବୁ ଭାଙ୍ଗି ପଡିଯାଇ ନଷ୍ଟ ହୋଇଯାଇଥିଲା । ନୂଆକଟ ପଂଚାୟତ ର ନୂଆକଟ, ଦସର।ଭଟା, କିଣ୍ଡିଙ୍ଗଗୁଡା, ମୁଦିଗୁଡା, ଏବଂ କଣ୍ଟାମ।ଲ ପଂଚାୟତ ର ବଟକରି, ରତାଗୁଡା, କାମରାହାଣ୍ଡି, କୁଛା ଆଦି ଗ୍ରାମର ଆନୁମାନିକ ୩୦୦ ଏକର ରୁ ଉର୍ଦ୍ଧ ମକା ଫସଲ ନଷ୍ଟ ହୋଇଥିବା ମକ।ଚାଷୀ ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁଯାଇ ମକା ଫସଲ ବର୍ତମାନ ଅନ୍ତିମ ପର୍ୟ୍ୟାୟ ରେ ଥିବା ଏବଂ ଆଉ ମାତ୍ର ଗୋଟିଏ ମାସ କିମ୍ୱା ୪୫ଦିନ ପରେ ମକା ଅମଳ ହେବା ସମୟ ଥିଲା, ବାତ୍ୟା ଯୋଗୁଁ ନଷ୍ଟ ହୋଇଗଲା ଏବେ କେମିତି ଋଣ ସୁଝିବ ସେ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି ଏହି ଅଂଚଳର ମକା ଚାଷୀ । ଏ ପଟେ ଏନେଇ କୃଷିବିଭାଗ ପାଖରେ କୌଣସି ସୂଚନା ନଥିବା ଜଣାପଡିଛି ।  ନବରଙ୍ଗପୁର ଜିଲ୍ଲାରେ କିଛି କ୍ଷୟ କ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ଏସ ଆର ସି. ସ୍ଥାନୀୟ ଅଂଚଳର କେତେ କ୍ଷତି ହୋଇଛି ତାର କ୍ଷୟ କ୍ଷତି ଆକଳନ କରାଯାଉ ବୋଲି କ୍ଷତି ସହିଥିବା ମକା ଚାଷୀ ହେମଧର ମାଝୀ ଲଛନ ମାଝୀ, ଚୈତନ୍ୟ ଗୌଡ଼, କୁଶ ଗୌଡ଼, କେଶରୀ ଗୌଡ଼, ନିତ୍ୟାନନ୍ଦ ଜାଲ, ସରଶ ଚନ୍ଦ୍ର ଜାଲ, ଭୁବନେଶ୍ୱର ଜାଲ, କ୍ଷୀରଦ ମିର୍ଗାନ, ଜଳେଶ୍ୱର ମିରଗାନ, ଜୟରାମ ବିନ୍ଧାଣି, ସୁଧୀର ସାହୁ, ବଳି ଭତରା ପ୍ରମୁଖ ଚାଷୀ ଦାବି କରିଛନ୍ତି ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories