www.samajalive.in
Saturday, December 6, 2025
26.1 C
Bhubaneswar

ଗୋଟିଏ ରାତ୍ରରେ ସାମ୍ବାଦିକଙ୍କ ସମେତ ୩ ଘରୁ ଚୋରି

ନବରଙ୍ଗପୁର : ନବରଙ୍ଗପୁରରରେ ଗୋଟିଏ ରାତ୍ରରେ ତିନୋଟି ଚୋରି ହୋଇଛି। ଲଗାଣ ବର୍ଷାର ସୁଯୋଗ ନେଇ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ଯୁବ ସାମ୍ବାଦିକଙ୍କର ଘରୁ ଚୋରି ହୋଇଛିା ରବିବାର ରାତ୍ରରେ କେହିନଥିବାରୁ ସୁଯୋଗ ଦେଇ ଦୁର୍ବୃତ୍ତମାନେ ଚୋରି କରିଛନ୍ତି। ଏସଂପର୍କରେ ସାମ୍ବାଦିକ ନବରଙ୍ଗପୁର ଥାନାରେ ଏତଲା ଦେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି। ନବରଙ୍ଗପୁରର ମାଝୀଗୁଡାଠାରେ ରହୁଥିବା ସାମ୍ବାଦିକ ତାଙ୍କର ମାଆଙ୍କର ଅସୁସ୍ଥତା କାରଣରୁ ସେ ନୂଆବନ୍ଧ ସାହିଘରେ ବାପା ମାଆଙ୍କର ନିକଟରେ ରାତ୍ରରେ ରହିଥିଲେ।
ସୋମବାର ସକାଳୁ ତାଙ୍କର ଘର ପାଖରେ ରହୁଥିବା ପଡୋଶୀ  ଘରର ଛାତ ଉପରେ ଥିବା ଝରକା ଭାଙ୍ଗି ଖୋଲା ହୋଇଥିବା ସଂପର୍କରେ ଫୋନ କରି କହିଥିଲୋ ଏହାପରେ ସାମ୍ବାଦିକ ପହଞ୍ଚି ଦେଖିବାବେଳେକୁ ତାଙ୍କର ଘର ଭିତରର ଆଲମିରା ଭାଙ୍ଗି ଗୋଟିଏ ସୋନୀ ଭିଡିଓ କ୍ୟାମେରା, ଦୁଇଟି ଫୋଟ କ୍ୟାମେରା, ମୋବାଇଲ ଗୋଟିଏ,ମାଇକ ଗୋଟିଏ,ସ୍ପିକର ଦୁଇଟି, ଟଙ୍କା ଥିବା କୁଣ୍ଡି ଗୋଟିଏ, ତିନିହଳ ପୋଷାକ, ଚିପ ୧୦ଟି,ପେନଡ୍ରାଇଭ୍‍ ୪ଟି, ବ୍ଲୁଟୁଥ ଇୟର ଫୋନ ୫ଟି, ରୂପା ମୁଦି ୨ଟି, ରୂପା ପାଉଁଜି ଗୋଟିଏ, ନଗଦ ୩ହଜାରଟଙ୍କା ଚୋରି ହୋଇଛି।
ତେବେ ଥାନା ଅଧିକାରୀ ନରେଶ ପ୍ରଧାନ, ଏସଏସଆଇ ଆଶୋକ ଦେଓ ସମେତ ପୁଲିସ ଦଳ ପହଞ୍ଚି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିବାବେଳେ ବର୍ଷା କାରଣରୁ କୁକୁର କିଛି ଜାଣି ପାରିନଥିଲା ତେବେ ସନ୍ଧ୍ୟା ସୁଦ୍ଧା ପୁଲିସ ଟେର୍‍ ପାଇପାରିନଥିବା ଜଣାପଡିଛି । ଏହାଛଡା ଥାନାର ଅନତିଦୂରରେ ମୁଖ୍ୟରାସ୍ତାରେ ଥିବା ଜେଇଏଲସି କମ୍ପେ୍ଲକ୍ସର ଋଷି ଆଚାରୀଙ୍କର ରୂପା ଦୋକାନର ପଛପଟୁ କଣା କରି ରୂପା ଜିନିଷ ଚୋରି କରାଯାଇଛି। କେତେ ଚୋରି ହୋଇଛି ତାହା ସ୍ପଷ୍ଟ ଜଣାପଡି ନାହିଁ। ସେହିପରି ଗାନ୍ଧିନଗର ହିର୍ଲି ଅଞ୍ଚଳରେ ଜିଲା ବାରିକସଂଘ ନିକଟଥିବା ଜଣକର ଘରୁ ମଧ୍ୟ ଚୋରୀ ହୋଇଥିବା ଜଣାପଡିଛି। ତାଙ୍କର ଘରର ଆସବାବ ପତ୍ର ଚୋରି ହୋଇଛି। ସେହିପରି କିଛି ଦିନ ତଳେ ଗୈାଡ ସାହିରେ ଥିବା ସୁରେଶ ମିଶ୍ରଙ୍କର ଘରୁ ଦିନ ବେଳେ ଚୋରି ହୋଇଥିଲା। ଏହାଛଡା ସହର ଭିତରେ ଗତ ସପ୍ତାହରେ ଏକ ହତ୍ୟାକାଣ୍ଡ ମଧ୍ୟ ହୋଇଥିଲା। ତେବେ ସହରରେ ବାରମ୍ବାର ଚୋରୀ ଓ ଅପରାଧ ବଢୁଥିବାବେଳେ ପୁଲିସ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଉନଥିବା ଅଭିଯୋଗ ହୋଇଛି।

 

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories