www.samajalive.in
Saturday, December 6, 2025
26.1 C
Bhubaneswar

ଲଗାଣ ବର୍ଷା ଯୋଗୁ ବୁଡ଼ିଲା କାଙ୍ଗୁରୁକୋଣ୍ଡା ପୋଲ; ଜାତୀୟ ରାଜପଥରେ ଯାତାୟାତ ଠପ୍‌

କାଲିମେଳା: ମାଲାକାନଗିରି ସମେତ ଜିଲ୍ଲାର କାଲିମେଳା ବ୍ଲକରେ ଆଜିକୁ ୩ଦିନ ଧରି ଲଗାଣ ବର୍ଷା ଲାଗି ରହିଥିବା ବେଳେ ବର୍ଷା ଯୋଗୁ ଜିଲ୍ଲାର ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ଅତ୍ୟଧିକ ବର୍ଷା ଯୋଗୁ ମାଲାକାନଗିରିରୁ ମୋଟୁକୁ ସଂଯୋଗ କରୁଥିବା ୩୨୬ ନମ୍ବର ଜାତୀୟ ରାଜପଥର କାଙ୍ଗୁରୁକୋଣ୍ଡା ବ୍ରିଜ ଉପରେ ବନ୍ୟା ପାଣି ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି ବନ୍ୟା ପାଣିରେ ପୋଲ ବୁଡି ଯାଇଥିବା ଦେଖିବାକୁ ମିଳିଛି ବ୍ରିଜ ଉପରେ ୨ ଫୁଟ ଉଚ୍ଚରେ ପାଣି ପ୍ରଭାବିତ ହେଉଥିବାରୁ ଏହି ରାସ୍ତା ଦେଇ ଯାଉଥିବା ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି କାଙ୍ଗୁରୁକୋଣ୍ଡା ବ୍ରିଜ ଉଭୟ ପାର୍ଶ୍ଵରେ ଶତାଧିକା ଯାନବାହାନ ଅଟକି ରହିଥିବା ଦେଖିବାକୁ ମିଳିଛି

ପୁଲିସ କର୍ମଚାରୀ ମାନେ ବ୍ରିଜ ପାର ନହେବାକୁ ଲୋକଙ୍କୁ ବରଣ କରୁଛନ୍ତି ଭୁବନେଶ୍ବର ଓ ବିଶାଖାପାଟଣାରୁ ଆସୁଥିବା ସରକାରୀ ଓ ବେସରକାରୀ ବସ ସେଠାରେ ଅଟକି ରହିଛି ଆଜି ଭୋର୍ ସମୟରେ ଯାତାୟାତ ସ୍ୱଭାବିକ ରହିଥିବା ବେଳେ ସକାଳ ୭ଟା ପରଠାରୁ ଜଳ ସ୍ତର ବୃଦ୍ଧି ପାଉଛି l ବର୍ତ୍ତମାନ ମଧ୍ୟ ଝିପି ଝିପି ବର୍ଷା ଲାଗିରହିଥିବା ବେଳେ ଜଳ ସ୍ତର ଆହୁରି ବୃଦ୍ଧି ପାଇବା ଆଶଙ୍କା ଦେଖା ଦେଇଛି ସେହିପରି କାଲିମେଳାରୁ ପଡିଆକୁ ସଂଯୋଗ କରୁଥିବା କନ୍ୟାଶ୍ରମ ବ୍ରିଜ ତଳେ ପାଣି ରହିଛି କେତେବେଳେ ବି ବ୍ରିଜ ବୁଡିଯିବାର ଆଶଙ୍କା ରହିଛି ବର୍ଷାକୁ ନଜରରେ ରଖି ପ୍ରଶାସନ ଅଧିକାରୀ ମାନେ ସଜାଗ ରହିଛନ୍ତି ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories