www.samajalive.in
Sunday, December 7, 2025
23.1 C
Bhubaneswar

୭ କି.ମି ରାସ୍ତାରେ ୧୯ଟି ହମ୍ପସ୍ ; ଦୁର୍ଘଟଣା ଘଟି ଆହତ ହେଉଛନ୍ତି ପଥଚାରୀ

ସୁଆଣ୍ଡୋ : ଲୋକମାନଙ୍କର ଯାତାୟାତ ପାଇଁ ରାସ୍ତା ନିର୍ମାଣ କରାଯାଇଛି। ହେଲେ ସ୍ଥାନୀୟ ଗ୍ରାମବାସୀ ମାନଙ୍କ ଦ୍ବାରା ମନ ଇଛା ରାସ୍ତାରେ ହମ୍ପ ସ୍ ତିଆରି କରାଯାଇ ଥିବା ଯୋଗୁ ବାଇକ ସାଇକେଲ ଓ ଚାଳକ ମାନେ ଜାଣିନପାରି ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । କେତେକ ମଧ୍ୟ ବିକଳାଙ୍ଗ ହୋଇ ଘରେ ପଡି ରହିଛନ୍ତି । ପୁରୀ ଜିଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ୭ କି, ମି, ଦୈର୍ଘ୍ୟର ବ୍ୟସ୍ତ ବହୁଳ ବୋଲି ଜୟପୁର – ସାରଙ୍ଗଯୋଡି ରାସ୍ତାଟି ବେଶ୍ ଜଣାଶୁଣା। ଉକ୍ତ ରାସ୍ତା ରେ ବସ ଟ୍ରକ ଟ୍ରାକ୍ଟର ସହିତ ଶହ ଶହ ବାଇକ ସାଇକେଲ ଓ ପଥଚାରୀ ଯିବା ଆସିବା କରିଥାନ୍ତି । ରାସ୍ତା ଉପରେ କରାଯାଇଥିବା ୧୯ଟି ହମ୍ପ ସ୍ ନିକଟରେ କୌଣସି ଚିହ୍ନ ନଥିବା ହେତୁ ଗାଡିଚାଳକ ମାନେ ଜାଣି ନପାରି ଦୁର୍ଘଟଣାରେ ପଡୁଛନ୍ତି। ଆମ୍ବୁଲାନ୍ସ ଯାତାୟାତ ରେ ମଧ୍ୟ ଅସୁବିଧା ହେଉଛି । ବିଭାଗୀୟ ଅନୁମୋଦନ ବିନା ପଥୁରିଆ ସାହିରେ ୧ଟି ବଂପାଳ ଗାଁରେ ୪ଟି ଭାଲୁବଜାରରେ ୧ଟି ବାସୁଦେଇପୁରରେ ୨ ଟି ନାରଙ୍ଗ ପାଟଣା ପାଖରେ ୨ଟି ଜୟପୁର ଆଦି ଗ୍ରାମ ରାସ୍ତାରେ ହମ୍ପ ସ୍ ଗୁଡିକ ରହିଛି। ରାସ୍ତା ସାରା ଖାଲଖମା ଗୁଡିକ ପ୍ୟାଚ ପଡିଥିବା ଓ ରାସ୍ତା ର ଉଭୟ ପାର୍ଶ୍ୱ ରୁ ଲଟା ଜଙ୍ଗଲ ମାଡି ଆସିଲେଣି । ଜଙ୍ଗଲିଆ ରାସ୍ତା ଯୋଗୁ ସରୀସୃପ ଭୟ ମଧ୍ୟ ରହୁଛି। ବିଭାଗୀୟ ଅଧିକାରୀ ଙ୍କୁ ଏ ସମ୍ପର୍କ ରେ ଜନସାଧାରଣଙ୍କ ତରଫରୁ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ସେମାନେ ସେମାନେ ଚୁପ ରହୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କ ରେ ସମାଜସେବୀ ରତିକାନ୍ତ ମିଶ୍ର ସୁଜିତ କୁମାର ସାହୁ ପୂର୍ଣ୍ଣ ଚନ୍ଦ୍ର ବେହେରା ଦିବାକର ମହାପାତ୍ର ଜ୍ଞାନେନ୍ଦ୍ର ନାଥ ଦାଶ କହନ୍ତି ଜନସାଧାରଣଙ୍କ ସୁବିଧା ପାଇଁ ରାସ୍ତା ରୁ ହମ୍ପ ସ୍ ଉଠାଇବା ସହିତ ଲଟା ଜଙ୍ଗଲ ଆଦି ପରିସ୍କାର କରାଯିବା ଦରକାର ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories