www.samajalive.in
Monday, December 15, 2025
16.1 C
Bhubaneswar

ସାହିତ୍ୟ ଅକାଦେମୀର ଗ୍ରାମା ଲୋକ କାର୍ଯକ୍ରମ ଅନୁଷ୍ଠିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା କଲ୍ୟାଣି ମଣ୍ଡପ ଠାରେ ସାହିତ୍ୟ ଅକାଦେମୀର ଗ୍ରାମାଲୋକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଗ୍ରାମାଞ୍ଚଳରୁ ଭାଷା ଓ ସାହିତ୍ୟର ପ୍ରଚାର ପ୍ରସାର ଲାଗି ଉଦ୍ୟମ ଜାରି ରଖିବା ଏହାର ମୂଳ ଲକ୍ଷ୍ୟ। ସ୍ଥାନୀୟ କଲ୍ୟାଣମଣ୍ଡପଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଧାକର ରଇତ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସାହିତ୍ୟ ଅକାଦେମୀର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀର ସମ୍ମାନନୀୟ ସଦସ୍ୟ ସୁଶାନ୍ତ କୁମାର ନାୟକ କାର୍ଯ୍ୟକ୍ରମରେ ସଭାପତିତ୍ବ କରି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାବିତ ତଥା ପ୍ରାବନ୍ଧିକ ଡ ଦୁଷ୍ମନ୍ତ କୁମାର ମହାନ୍ତି ଭାଷାପ୍ରେମୀମାନଙ୍କୁ ସାହିତ୍ୟ ରଚନା ଓ ସମାଜପ୍ରତି ଉତ୍ସର୍ଗୀକୃତ ହେବାକୁ ଉଦବୋଧନ ଦେଇଥିଲେ।

ବିଶିଷ୍ଟ ଅନୁବାଦକ ଆଶୁତୋଷ ପାତ୍ର ଓ ବରିଷ୍ଠ ଶିକ୍ଷାବିତ ଭି ସୂର୍ଯ୍ୟପ୍ରକାଶ ରାଓ ସମ୍ମାନିତ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗଦେଇ ଯୁବ ସାହିତ୍ୟପ୍ରେମୀଙ୍କୁ ଉତ୍ସାହିତ କରିଥିଲେ। କବି ଶ୍ରୀଧର ପଟ୍ଟନାୟକଙ୍କ ଜନ୍ମଭୂମି ସ୍ବାଗତ ସଙ୍ଗୀତ ସୁପରିଚିତ କଣ୍ଠଶିଳ୍ପୀ ଗଗନ ବିହାରୀ ସ୍ବାଇଁ ନିଜ ସୁଲଳିତ କଣ୍ଠରେ ପରିବେଷଣ କରିଥିଲେ, ଯାହା ଉପସ୍ଥିତ ଶ୍ରୋତାମାନଙ୍କୁ ରୋମାଞ୍ଚିତ କରିଥିଲା। ନିମନ୍ତ୍ରିତ କବି ଓ ଗାଳ୍ପିକ ଶିବସୁନ୍ଦର ପାଣିଗ୍ରାହୀ, ଶ୍ରୀଧର ପଟ୍ଟନାୟକ, ଚକ୍ରଧର ପାଢୀ, ପ୍ରିୟରଞ୍ଜନ ଭାରତୀ, ସଂଯୁକ୍ତା ଗରଡା ଓ ଅନିରୁଦ୍ଧ ସାମନ୍ତରା ନିଜ ନିଜର କବିତା ଓ ଗଳ୍ପ ପାଠ କରିଥିଲେ ।

- Advertisement -

ଦ୍ବିତୀୟ ଅଧିବେଶନର କବିତା ଆସର କାର୍ଯ୍ୟକ୍ରମରେ ସ୍ଥାନୀୟ ଦେବଗିରି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମେତ ଅନେକ ଯୁବ କବି ସେମାନଙ୍କ ନିଜ ରଚିତ କବିତା ପାଠ କରିଥିଲେ। କେନ୍ଦ୍ର ସାହିତ୍ୟ ଅକାଦେମୀର ଏଇ ପ୍ରୟାସ ଅନେକ ମାତ୍ରାରେ ଯୁବ ସାହିତ୍ୟପ୍ରେମୀଙ୍କୁ ଉତ୍ସାହିତ କରିଥିଲା। କବି ବିମଳଚାନ୍ଦ ପଟ୍ଟନାୟକ ସ୍ବାଗତ ସଂଭାଷଣ ଦେଇ କାର୍ଯ୍ୟକ୍ରମ ଆଗେଇ ନେଇଥିବା ବେଳେ କବି ଅଶୋକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

ରାସ୍ତାକଡରୁ ରକ୍ତ ଜୁଡୁବୁଡୁ ମୃତଦେହ ଠାବ

ବିନିକା : ବିନିକା ଡୁଙ୍ଗୁରିପାଲି ଥାନା ଖୁଣ୍ଟପାଲି ଗାଁ ନିକଟରେ ଅଭାବନୀୟ...

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

Related Articles

Popular Categories