ସାକ୍ଷୀଗୋପାଳ: ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସଙ୍କ ସାହାସିକତା ଓ କର୍ତ୍ତବ୍ୟ ପରାୟଣତାକୁ ପସନ୍ଦ କରୁଥିବା ସାକ୍ଷୀଗୋପାଳ ଅଞ୍ଚଳର ଖଵରକାଗଜ ବିତରକମାନେ ଶନିବାର ସନ୍ଧ୍ୟାରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅମରାତ୍ମାର ସଦଗତି କାମନା କରି ସାକ୍ଷୀଗୋପାଳ ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଉତ୍କଳମଣିଙ୍କ ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ସ୍ବର୍ଗତ ସାମ୍ବାଦିକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପ୍ରଦିପ ପ୍ରଜ୍ବଳନ କରିଥିଲେ। ଅରିନ୍ଦମଙ୍କ ନିର୍ଭୀକତା ତାଙ୍କୁ ପ୍ରକୃତ ଖଵରଦାତାର ପରିଚୟ ଦେଇଛି ବୋଲି ବୟୋଜ୍ୟେଷ୍ଠ ବିତରକମାନେ କହିଛନ୍ତି। ରଙ୍ଗାଧର ଦାଶ, ଦୁଃଖିଶ୍ୟାମ ସାହୁ, ଭରତ ରାଉତ, ତ୍ରିନାଥ ବେହେରା, ନିରଞ୍ଜନ ପ୍ରଧାନ, ବିଜୟ ପ୍ରଧାନ, ଚନ୍ଦନ ସାହୁ, ହେମନ୍ତ ଭୋଇ, ରବୀନ୍ଦ୍ର ଭୋଇ, କାହ୍ନା ଭୋଇ, ପ୍ରଶାନ୍ତ ନାୟକ, ଚନ୍ଦ୍ରମଣି ଭୋଇ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Popular Categories



