www.samajalive.in
Sunday, December 14, 2025
23.1 C
Bhubaneswar

ବିଶିଷ୍ଟ ଶିକ୍ଷାବିତ ତଥା ପାଲାଗାୟକଙ୍କ ପରଲୋକ

ଆଠଗଡ଼: ଆଠଗଡ଼ ଅଞ୍ଚଳର ଜଣେ ବିଶିଷ୍ଠ ଶିକ୍ଷାବିତ୍‍ ତଥା ସୁନାମଧନ୍ୟ ପାଲାଗୁରୁ ଯୋରନ୍ଦା ଗ୍ରାମର ରମେଶ ଚନ୍ଦ୍ର ପଟ୍ଟନାୟକ (୮୭)ଙ୍କର ଶନିବାର ଅପରାହ୍ଣ ପ୍ରାୟ ୧ଟାରେ ପରଲୋକ ହୋଇଯାଇଛି। ବାର୍ଦ୍ଧକ୍ୟ ଜନିତ ରୋଗଶଯ୍ୟାରେ କିଛିଦିନ ପଡ଼ି ଚିକିତ୍ସିତ ହେଉଥିବା ବେଳେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପତ୍ନୀ, ୫ପୁଅ, ଏକମାତ୍ର ଝିଅ ଓ ଜ୍ୱାଇଁଙ୍କ ସମେତ ପରିବାର ସଦସ୍ୟ ଉପସ୍ଥିତ ଥିଲେ। ଜଣେ ଦକ୍ଷ ତଥା ଛାତ୍ରବତ୍ସଳ ଶିକ୍ଷକ ଭାବେ ଏବଂ ସୁନାମଧନ୍ୟ ପାଲା ଗାୟକ ରୂପେ ଆଠଗଡ଼ ଅଞ୍ଚଳରେ ସେ ବେଶ ଲୋକପ୍ରିୟ ଥିଲେ।

ତାଙ୍କ ପରଲୋକ ଖବର ପ୍ରଚାରିତ ହେବା ମାତ୍ରେ ଯୋରନ୍ଦା, ତରଡିଙ୍ଗ, ଗୋପିନାଥପୁର, କୁଲେଇଲୋ ସମେତ ଆଠଗଡ଼ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ଯୋରନ୍ଦା ସରପଞ୍ଚ ସୂର୍ଯ୍ୟକାନ୍ତ ସ୍ୱାଇଁ, ସମାଜସେବୀ ଉଦୟନାଥ ନାୟକ, ହାଡ଼ିବନ୍ଧୁ ସ୍ୱାଇଁ, ଶିକ୍ଷାବିତ୍‍ ସୁରେଶ ଚନ୍ଦ୍ର ପରିଡ଼ା, ଗନ୍ଧର୍ବସେନ ବେଉରା, ନିଖିଳ ପରିଡ଼ାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଅଞ୍ଚଳର ବହୁ ପାଲାଗାୟକ ଓ ପାଲା କଳାକାର ତାଙ୍କ ଯୋରନ୍ଦାସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞଳି ଅର୍ପଣ କରିଥିଲେ। ଗ୍ରାମ ଶ୍ମସାନରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ବଡ଼ପୁଅ ତଥା ପୂର୍ବତନ ସମିତିସଭ୍ୟ ପ୍ରତାପ ରୁଦ୍ର ପଟ୍ଟନାୟକ ମୁଖାଗ୍ନି ଦେଇଥିଲେ।

Hot this week

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

ଭାରତ ଉପରେ ୫୦% ବାଣିଜ୍ୟିକ ଶୁଳ୍କକୁ ବିରୋଧ

ଶୁଳ୍କ ପ୍ରତ୍ୟାହାର ପ୍ରସ୍ତାବ ଆଣିଲେ ୩ ସିନେଟର ୱାଶିଂଟନ : ଆମେରିକା ରାଷ୍ଟ୍ରପତି...

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

Related Articles

Popular Categories