www.samajalive.in
Sunday, December 14, 2025
26.1 C
Bhubaneswar

ଋଷିକୂଲ୍ୟା ମୁହାଣରେ ଆନ୍ତର୍ଜାତୀୟ ବେଳାଭୁମି ସଫେଇ କାର୍ଯ୍ୟକ୍ରମ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗ ଜାତୀୟ ସାଗରତଟ ଗବେଷଣା କେନ୍ଦ୍ର ଚେନ୍ନାଇ ଓ ଏକାଡେମୀ ଅଫ ଟେକ୍ନୋକ୍ରାଫ୍ଟସ୍ ବ୍ରହ୍ମପୁର ଏବଂ ଋଷିକୂଲ୍ୟା କଇଁସୁରକ୍ଷା ସମିତର ମିଳିତ ଆନୁକୂଲ୍ୟରେ ପର୍ଯ୍ୟନ୍ତ ଋଷିକୂଲ୍ୟା ନଦୀ ମୁହାଣ ଗୋଖରକୁଦ ଠାରୁ ଆରମ୍ଭ କରି ନୁଆଁ ପୋଡ଼ମପେଟା ପଯ୍ୟନ୍ତ ୪୦, ୭୦୩ ବର୍ଗ ମିଟର ବଙ୍ଗୋପସାଗର ବେଳାଭୂମି ସଫେଇ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶ୍ୱବିଦ୍ୟାଳୟ ସାମୁଦ୍ରିକ ବିଜ୍ଞାନ ବିଭାଗର ମୁଖ୍ୟ ତଥା ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ପ୍ରତାପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଫେଇ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ୱବିଦ୍ୟାଳୟର କୁଳପତି ଗୋବିନ୍ଦ ଜେ .ଚକ୍ରପାଣି ଯୋଗ ଦେଇ ସାମୁଦ୍ରିକ ଜୀବଗୁଡିକର ସୁରକ୍ଷା ପାଇଁ ବେଳାଭୂମି ସଫେଇର ମହତ୍ୱ ପ୍ରତିପାଦନ କରିବା ସଙ୍ଗେ ସଙ୍ଗେ ଋଷିକୂଲ୍ୟା ମୁହାଣରେ ପ୍ରତେକ ବର୍ଷ କଇଁଚମାନଙ୍କର ସମୁହ ଅଣ୍ଡା ଦାନ ପରିପ୍ରେକ୍ଷୀରେ ସମଗ୍ର ବିଶ୍ୱ ଏହାର ସୁନାମ କିପରି ବଜାଇ ରଖିପାରିଵ ସେଥିପାଇଁ ସମସ୍ତେ ସଚେତନ ହୋଇ କାଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ଏହି କାଯ୍ୟକ୍ରମରେ ମୁଖ୍ୟ ବ୍ୟକ୍ତା ଭାବରେ ବ୍ରହ୍ମପୁର ବନ ଖଣ୍ଡ ଅଧିକାରୀ ଅମ୍ଳାନ ନାୟକ, ଋଷିକୂଲ୍ୟା ବେଳାଭୂମି ସୁରକ୍ଷା, ସଫେଇ ଓ କଇଁଚ ମାନଙ୍କର ନିର୍ଭର ଅଣ୍ଡା ଦାନ ସମ୍ପର୍କରେ ଓଡ଼ିଶାର ବନ ବିଭାଗ ନେଉଥିବା ପଦକ୍ଷେପ ଉପରେ ଆଲୋଚନା କରିଥିଲେ। ବ୍ରହ୍ମପୁର ସ୍ଥିତ ଏକାଡେ଼ମୀ ଅଫ ଟେକ୍ନୋକ୍ରାଫ୍ଟସର ନିର୍ଦ୍ଦେଶକ ଡ଼ଃ ଦୀପକ ଦାସ, ବେଳାଭୂମି ସଫେଇର ଉପଯୋଗୀତା ଓ ଆବର୍ଜନାର ଭୟବୟତା ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ସଚେତନ କରାଇଥିଲେ। ଋଷିକୂଲ୍ୟା କଇଁଛ ସୁରକ୍ଷା ସମିତିର ମୂଖ୍ୟ ରବୀନ୍ଦ୍ର କୁମାର ସାହୁଙ୍କ ସହଯୋଗରେ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସମୁଦ୍ର ଓ ବେଳାଭୂମିକୁ ନିର୍ମଳ, ପରିଷ୍କାର ଓ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଗୋଖରକୁୁୁଦ ଗ୍ରାମବାସୀ, ମସ୍ୟଜୀବି ଓ ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ଵାରା ସଚେତନତା ରାଲି ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ପରେ ପରେ ଦୀର୍ଘ ଚାରି ଘଣ୍ଟାରୁ ଉର୍ଦ୍ଧ ସମୟ ଧରି ସମୁଦ୍ର ଓ ତଟବର୍ତ୍ତୀ ୪୦,୭୦୨ ବର୍ଗମିଟର ପରିମିତ ଅଞ୍ଚଳ। ଉପସ୍ଥିତ ସମସ୍ତ ଅତିଥି, ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ଦ୍ବାରା ସଫା କରାଯାଇ ୧୬୩ .୩ କେଜି ବଜ୍ୟବସ୍ତୁ ସଂଗ୍ରହ କରାଯାଇଥିଲା।

- Advertisement -

ଚଳିତବର୍ଷ ଋଷିକୂଲ୍ୟା ବେଳାଭୂମିର ପ୍ରତି ବର୍ଗମିଟର ୪.୦୧୬ ଗ୍ରାମ ବଜ୍ୟବସ୍ତୁ ଦ୍ବାରା ପ୍ରଦୂଷିତ ହୋଇଥିବା ପ୍ରସଙ୍ଗ ପ୍ରଫେସର ପି. କେ ମହାନ୍ତି ସୂଚନା ଦେବା ସହିତ ଏହାର ମାତ୍ରା ପୂର୍ବବର୍ଷ (୦.୯ ଗ୍ରାମ ପ୍ରତି ବର୍ଗମିଟର) ତୁଳନାରେ ବହୁ ମାତ୍ରାରେ ବୃଦ୍ଧି ପାଇଥିବା କହିଛନ୍ତି। ଏକ ବିସ୍ଲେସଣରୁ ଜଣାପଡୁଛି ଯେ ଏହି ବର୍ଜ୍ୟବସ୍ତୁ ମଧ୍ୟରେ ରବରର ଓଜନ ସର୍ବାଧିକ ୧୦୧.୩୪ କେଜି ଥିବାବେଳେ କାଚର ପରିମାଣ ୩୪.୪ କେଜି ଏବଂ ପ୍ଲାଷ୍ଟିକ ଓଜନ ୨୪.୧ କେଜି ରହିଛି। ଏହି କାର୍ଯ୍ୟକ୍ରମରେ ଡ଼. ଶେଷଦେବ ପାତ୍ର, ଡ଼ ମୁକୁନ୍ଦ କେଶରୀ ଖାଡଙ୍ଗା, ଡ଼ ଅସୀମ ଅମିତାଉ ପଟ୍ଟନାୟକ, ଡ଼ ପ୍ରବୀଣ କୁମାର କର, ଵାଲାଜି ବେହେରା, ସୁବ୍ରଜିତ ବାରିକ ଏବଂ ଏନ ଲୋଚନ ପାତ୍ର ପ୍ରମୁଖ ସହଯୋଗ କରିଥିଲେ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories