ଅରିନ୍ଦମ ଦାସଙ୍କ ବିୟୋଗରେ ଜି.ଉଦୟଗିରି ପ୍ରେସ୍ କ୍ଳବର ଶୋକ

ଜି.ଉଦୟଗିରି: ଓଟିଭିର ଚିଫ୍ ରିପୋର୍ଟର ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଆଜି ଜି.ଉଦୟଗିରି ପ୍ରେସ୍ କ୍ଳବ ପକ୍ଷରୁ ସ୍ଥାନୀୟ ବ୍ୟୟସାୟୀ ସଂଘ ସଭା ଗୃହରେ ଏକ ଶୋକ ସଭା ଅନୁଷ୍ଟିତ ହୋଇଥିଲା। ଆୟୋଜିତ ଶୋକ ସଭାରେ ବରିଷ୍ଠ ସାମ୍ବାଦିକ ଶିଶିର କୁମାର ପଟ୍ଟନାୟକ, ସମୀର କୁମାର ପାଢୀ, ରାମକୃଷ୍ଣ ଚୌଧୁରୀ, ଅରୁଣ କୁମାର ଷଡଙ୍ଗୀ, ବଟକୃଷ୍ଣ ଦାସ, ପ୍ରତାପ ଚନ୍ଦ୍ର ପାଢୀ, ସୁସ୍ମୀତା ଜେନା, ସାମନ୍ତ ଶେଖର ନାୟକ, ଯୋଶେଫ୍ ଦିଗାଳ ପ୍ରମୁଖଙ୍କ ଉପସ୍ଥିତରେ ଦିବଙ୍ଗତ ସାମ୍ବାଦିକ ଅରିନ୍ଦମଙ୍କ ଅମର ଆତ୍ମା୍ର ସଦଗତି ନିମନ୍ତେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଅରିନ୍ଦମ ଜଣେ ନିର୍ଭିକ, ଦୁଃସାହସିକ ସାମ୍ବାଦିକ ଥିଲେ ବୋଲି ମତପ୍ରକାଶ ପାଇଥିଲା। ଖୁବ୍ କମ ସମୟ ମଧ୍ୟରେ ନିଜ ବିଚକ୍ଷଣ ଶବ୍ଦଚାତୁରୀ ଉପସ୍ଥାପନା ବଳରେ ଓଡିଶାର ଘରେ ଘରେ ପରିଚିତ ଥିଲେ ବୋଲି ଆଲୋଚନା ହୋଇଥିଲା। ମୁଖ୍ୟତଃ ପ୍ରାକୃତିକ ବିପର୍ଯ୍ୟୟ ବେଳେ ଗ୍ରାଉଣ୍ଡ ଜିରୋରୁ ଖବର ପରିବେଷଣ ସହ ଟିକନିକ ବର୍ଣ୍ଣନା କରି ନିଜର ସାହସିକତାର ପରିଚୟ ଦେଇଥିଲେ। ଏହକୁ ଗଣମାଧ୍ୟମ ଚିରଦିନ ପାଇଁ ମନେ ରଖିବ ବୋଲି ସଦସ୍ୟ ମାନେ ମତ ପ୍ରକାଶ କରିବା ସହ ଜି.ଉଦୟଗିରି ପ୍ରେସ କ୍ଳବ ପକ୍ଷରୁ ତାଙ୍କ ଶୋକସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା।

Comments are closed.