www.samajalive.in
Sunday, December 14, 2025
26.1 C
Bhubaneswar

ନବରଙ୍ଗପୁର ଜିଲ୍ଲା ଓୟୁଜେ ତରଫରୁ ଅରିନ୍ଦମଙ୍କ ଉଦେଶ୍ୟରେ ଶୋକସଭା

ନବରଙ୍ଗପୁର: ଓଟିଭି ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ରେ ଆଜି ନବରଙ୍ଗପୁର ଜିଲ୍ଲା ସାମ୍ବାଦିକ ୟୁନିୟନ (ଓୟୁଜେ ) ତରଫରୁ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଖବର ସଂଗ୍ରହ ସମୟରେ ସଲିଲ ସମାଧି ନେଇଥିବା ସାମ୍ବାଦିକ ଅରିନ୍ଦମ ଦାସଙ୍କ ଶୋକସଭା ନବରଙ୍ଗପୁର ସ୍ଥିତ ତୃପ୍ତି ଲର୍ଜର କନଫରେନ୍ସ ହଲରେ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ମିଡ଼ିଆ ୟୁନିୟନ (ଓୟୁଜେ) ତରଫରୁ ଆୟୋଜିତ ଏହି ଶୋକ ସଭାରେ ସମସ୍ତ ସାମ୍ବାଦିକମାନେ ଯୋଗ ଦେଇ ୨ ମିନିଟ ନିରବ ପାର୍ଥନା କରିବା ସହ ନିଜର ମତ ପ୍ରକାଶ କରିଥିଲେ। ନବରଙ୍ଗପୁର ସାମ୍ବାଦିକ ସଂଘର ସଦସ୍ୟମାନେ ଏକଜୁଟ ହୋଇ ଅରିନ୍ଦମଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଅରିନ୍ଦମ ଦାସ ଓଡିଶାର ଏକମାତ୍ର ସାହାସିକତା ସାମ୍ବାଦିକ ଭାବେ ପରିଚୟ ସୃଷ୍ଟି କରିପାରିଥିବା ବେଳେ ତାଙ୍କର ଆତ୍ମାର ସଦଗତି ନିମନ୍ତେ ସମସ୍ତେ ପ୍ରାର୍ଥନା କରିବା ସହ ୫୦ ଲକ୍ଷ ଟଙ୍କା ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି ସଂଘ ସଭାପତି ସୁଶାନ୍ତ କୁମାର ବେହେରା। ଏହି କାର୍ଯ୍ୟକ୍ରମରେ ସଂଘ ସମ୍ପାଦକ ବାରିଜ ପଟନାୟକ, ଉପଦେଷ୍ଟା ଜଗନ୍ନାଥ ମହାପାତ୍ର, ଉପସଭାପତି କିଶୋର ପଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରବି ପଟନାୟକ, କୋଷାଧକ୍ଷ ନବ ବିଷୋୟୀ, ଅଜିତ ପଟନାୟକ, ରାମ ଦଳାଇ, ଈଶ୍ୱର ରାଓ, ଲକ୍ମୀକାନ୍ତ ପଣ୍ଡା, ଗୌରାଙ୍ଗ ପାତ୍ର, ଶ୍ରୀଧର ପାତ୍ର, ସୀମାଦ୍ରୀ ପଟନାୟକ, ଟୁକୁନା ଖରା, ଚିଦାନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories