www.samajalive.in
Tuesday, December 9, 2025
17.1 C
Bhubaneswar

ମୁଣ୍ଡଳିରେ ଫସିଲା ଦନ୍ତାହାତୀ ; ପହଞ୍ଚିଲେ ବରିଷ୍ଠ ଅଧିକାରୀ

କଟକ : ମୁଣ୍ଡଳି ଜଳରେ ଫସିଲା ଦନ୍ତାହାତୀ। ଜଳ ସ୍ରୋତ ଅଧିକ ଥିବାରୁ ହାତୀଟି କୂଳକୁ ଯାଇ ପାରୁ ନଥିବା ଜଣାପଡିଛି। ଏହାସହ ଆଉ ୨ଟି ହାତୀ ସ୍ରୋତରେ ଭାସି ଅନନ୍ତପୁର ଠାରେ ଲାଗିଛନ୍ତି। ଫସିଥିବା ହାତୀକୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ବନ ବିଭାଗ ପକ୍ଷରୁ ମଧ୍ୟ ଉଦ୍ଧାରକାର୍ଯ୍ୟ ଜାରି ରଖାଯାଇଥିବା ବେଳେ ମୁଣ୍ଡଳିରେ ବରିଷ୍ଠ ଅଧିକାରୀ ଆସି ପହଞ୍ଚି ସାରିଛନ୍ତି। ଦୀର୍ଘ ୫ ଘଣ୍ଟା ହେବ ହାତୀ ଜଳରେ ଫସିରହିଛି। ଚେଷ୍ଟା କରାଗଲେ ମଧ୍ୟ ହାତୀଟି ଏଯାଏଁ ଉଦ୍ଧାର ହୋଇପାରି ନାହିଁ।ହାତୀ ଆଠଗଡ ପଟୁ ବାଙ୍କୀ-ଡମପଡାକୁ ଆସୁଥିଲା ବୋଲି ସୂଚନା ମିଳିଛି।ନଦୀପାର ହୋଇ ବାଙ୍କୀ ସାନମୁଣ୍ଡଳି ଗାଁ ନିକଟରେ ଆଉ ୮ ହାତୀ ରହିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories