www.samajalive.in
Sunday, December 7, 2025
26.1 C
Bhubaneswar

ଚୌଦ୍ୱାରରେ ଖୋଲିଲା ଆଉଏକ ଟିକାକରଣ କେନ୍ଦ୍ର

ଚୌଦ୍ୱାର : କୋଭିଡ଼ ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରିବା ଓ ଜନ ସାଧାରଣଙ୍କୁ ସୁବିଧାରେ ଟିକା ଉପଲବ୍ଧ କରିବା ଲକ୍ଷରେ ସରକାରଙ୍କ ତରଫରୁ ବିଭିନ୍ନ ସ୍ଥାନରେ ନୂତନ ଟିକା କରଣ କେନ୍ଦ୍ରମାନ ଖୋଲା ଯାଉଛି । ପୌର ପାଳିକା ମଧ୍ୟରେ ଚୌଦ୍ୱାର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯଯାତୀ କେଶରୀ କ୍ଲବରେ ଟିକାକରଣ କେନ୍ଦ୍ର ଚାଲୁ ରହିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ପୌରପାଳିକା ୭ ନମ୍ବର ୱାର୍ଡ଼ ଅନ୍ତର୍ଗତ ଓଟିଏମ୍ କଲୋନୀସ୍ଥିତ ବାପୁଜୀ ପ୍ରାଥମିକ ବିଦ୍ୟାଳୟରେ ଆଉ ଏକ ଟିକାକରଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ମଙ୍ଗଳବାରଦିନ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ଓଟିଏମ୍ କଲୋନୀ ସହିତ ଚୌଦ୍ୱାର ଅଞ୍ଚଳର ୩୦୦ଲୋକଙ୍କ ଟିକାଦାନ କରାଯାଇଥିଲା ।ଟାଙ୍ଗୀ ହସପିଟାଲର ପ୍ରଶିକ୍ଷିତ କର୍ମଚାରୀ ମାନେ ଟିକାଦାନ କରିଥିଲେ ।ସ୍ଥାନୀୟ ପୂର୍ବତନ କାଉନ୍ସିଲର ଦିଲ୍ଲିପ କୁମାର ସାହୁ, ମନୋଜ କୁମାର ମହାନ୍ତି, ସୁବ୍ରତ ସାମଲ, ପୂର୍ବତନ ଉପ ନଗରପାଳ ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ,ଅଙ୍ଗନୱାଡ଼ି କର୍ମୀ ଚନ୍ଦ୍ରକାନ୍ତି ବେହେରା,ଆଶା କର୍ମୀ ଶାନ୍ତିଲତା ବେଜ, କିଶୋର ମହାନ୍ତି,ରାଜେଶ ସ୍ୱାଇଁ, ଭାରତୀ ସାମଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।ଏହି କେନ୍ଦ୍ରରେ ପ୍ରତି ମଙ୍ଗଳବାର ଓ ଗୁରୁବାରରେ ଟିକାଦାନ କାର୍ଯ୍ୟ ଜାରୀ ରହିବ ବୋଲି ଆୟୋଜକ ମାନଙ୍କ ସୁତ୍ରରୁ ପ୍ରକାଶ ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories