ପଲାମୁ : କିଛି ଦିନ ତଳେ ମହାରାଷ୍ଟ୍ରର ଥାଣେର କଲୱା ଅଞ୍ଚଳରେ ଏକ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା କାରଣରୁ ଜଣେ ବ୍ୟକ୍ତିଙ୍କୁ କରୋନା ଟିକା ବଦଳରେ ରେବିଜ (ଜଳାନ୍ତକ) ଟିକା ଦିଆଯାଇଥିଲା। ଏହାସହ ଉକ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ନିଲମ୍ବନ ମଧ୍ୟ କରାଯାଇଥିଲା। ସେଭଳି ହିଁ ଏକ ଘଟଣା ପୁଣି ସାମ୍ନାକୁ ଆସିଛି। ଝାଡଖଣ୍ଡସ୍ଥିତ ପଲାମୁ ଜିଲ୍ଲାରେ ପୁଣି ଜଣେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ମାମଲା ସାମ୍ନାକୁ ଆସିଛି।
ଶନିବାର ଦିନ ନାଉଡିହା ଗାଁର ଜଣେ ବ୍ୟକ୍ତିଙ୍କୁ କୁକୁର କାମୁଡିଥିଲା।ପରେ ସେ ପାଟାନା ବ୍ଲକ ମୁଖ୍ୟାଳୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ରେବିଜ ଟିକା ନେବା ପାଇଁ ଯାଇ ଥିଲେ। କିନ୍ତୁ ସ୍ୱାସ୍ଥ୍ୟ କର୍ମୀ ହଠାତ୍ ତାଙ୍କୁ ଅବହେଳା କାରଣରୁ କରୋନା ଟୀକା ଦେଇଥିଲେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଉକ୍ତ ୫୦ ବର୍ଷୀୟ ବ୍ୟକ୍ତି ଉଭୟ କରୋନା ଟିକା ଗ୍ରହଣ କରିସାରିଛନ୍ତି। ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅସାବଧାନତା ହେତୁ ତାଙ୍କୁ ପୁନର୍ବାର କରୋନା ଟିକା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ପାଲାମୁ ଅଞ୍ଚଳର ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଯେ ଏହି ମାମଲା ଅବହେଳା କାରଣରୁ ଘଟିଛି।
। ସେ କହିଛନ୍ତି, ଏହାର ତଦନ୍ତ ପାଇଁ ଏକ ତିନି ଜଣିଆ ଟିମ୍ ଗଠନ କରାଯାଇଛି। ଏହି ଦଳ ତଦନ୍ତ ପାଇଁ ପାଟନାକୁ ଯିବେ। ସେ କହିଛନ୍ତି ଯେ ବର୍ତ୍ତମାନ ପର୍ୟ୍ୟନ୍ତ ରୋଗୀର ଅବସ୍ଥା ସ୍ୱାଭାବିକ ରହିଛି।ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ସ୍ୱାସ୍ଥ୍ୟକର୍ମୀଙ୍କ ଅବହେଳା : ରେବିଜ ବଦଳରେ ବ୍ୟକ୍ତି ନେଲେ କରୋନା ଟିକା
Popular Categories



