www.samajalive.in
Saturday, December 6, 2025
19.1 C
Bhubaneswar

ତାଲିବାନ ଯଦି ଭାରତ ଆଡକୁ ଅଗ୍ରସର ହୁଅନ୍ତି, ତେବେ ଆକାଶି ଆକ୍ରମଣ ପ୍ରସ୍ତୁତ- ଯୋଗୀ ଆଦିତ୍ୟନାଥ

ଲଖନଉ: ଆଫଗାନିସ୍ତାନରେ ଶାସନ କ୍ଷମତା ଅକ୍ତିଆର କରି ସେଠାରେ ପ୍ରତିଦିନ ନାରକୀୟ ଘଟଣା ଘଟାଉଥିବା ତାଲିବାନ ଆତଙ୍କି ଗୋଷ୍ଠୀ ପ୍ରତି ଶକ୍ତ ଚେତାବନୀ ଶୁଣାଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଠାରେ ସାମାଜିକ ସମ୍ମେଳନରେ ଉଦବୋଧନ ଦେଇ ଆଦିତ୍ୟନାଥ କହିଛନ୍ତି, ତାଲିବାନ ଆତଙ୍କି ଗୋଷ୍ଠୀ ଯଦି ଭାରତ ଆଡକୁ ଅଗ୍ରସର ହୁଅନ୍ତି, ତେବେ ସେମାନଙ୍କ ଉପରେ ବିମାନ ଆକ୍ରମଣ ପୂର୍ଣ୍ଣ ପ୍ରସ୍ତୁତ ରହିଛି । ସେ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ଏବଂ ଆଫଗାନିସ୍ତାନ ତାଲିବାନକୁ ନେଇ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ପ୍ରତି କୌଣସି ରାଷ୍ଟ୍ର ନଜର ଉଠାଇ ଦେଖିବାର ଦୁଃସାହସ କରିବେ ନାହିଁ ବୋଲି ସେ ପ୍ରତିଶ୍ରୁତି ଦେଇ କହିଥିଲେ ।
ଯୋଗୀ କହିଥିଲେ, ସଂପ୍ରତି ପ୍ରଧାମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ରାଷ୍ଟ୍ର ଶକ୍ତିଶାଳୀ ହୋଇଛି । କୌଣସି ରାଷ୍ଟ୍ର ଭାରତ ଆଡକୁ ନଜର ଉଠାଇ ଦେଖିବାର ଦୁଃସାହସ କରିପାରିବେ ନାହିଁ । ଅନ୍ୟପକ୍ଷରେ ତାଲିବାନ ପାଇଁ ପାକିସ୍ତାନ ଓ ଆଫଗାନିସ୍ତାନରେ ଗଣ୍ଡଗୋଳିଆ ପରିସ୍ଥିତି ଲାଗିରହିଛି । ତାଲିବାନ ଏହା ମଧ୍ୟ ଜାଣିଛି ଯେ, ଏହା ଯଦି ଭାରତ ଆଡକୁ ଅଗ୍ରସର ହୁଏ ତେବେ ସେଥିପାଇଁ ବିମାନ ଆକ୍ରମଣ ପ୍ରସ୍ତୁତ ହୋଇ ରହିଛି । ଗତ ମାସରେ ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ତାଲିବାନକୁ ସମର୍ଥନ କରିବା ଅର୍ଥ ତାହା ଭାରତ ବିରୋଧୀ, ମାନବିକତାର ବିରୋଧୀ, ମହିଳା ବିରୋଧୀ ଏବଂ ଶିଶୁ ବିରୋଧୀ କାର୍ଯ୍ୟ । ଏହି ଆତଙ୍କି ଗୋଷ୍ଠୀର ଅନୁକମ୍ପା ପ୍ରଦର୍ଶନକାରୀଙ୍କ ପ୍ରତି ଆକ୍ଷେପ କରି ସେ କହିଥିଲେ, ଯେ କିଛି ଶକ୍ତି ଭାରତର ବିକାଶ ଚାହୁଁନାହାନ୍ତି । ଏହିଭଳି ଶକ୍ତିଗୁଡିକ ପ୍ରତି ଆମକୁ ସତର୍କ ରହିବାକୁ ପଡିବ ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories