www.samajalive.in
Saturday, December 6, 2025
16.1 C
Bhubaneswar

ଆପେଣ୍ଡିସାଇଟିସ ଚିକିତ୍ସା ପାଇଁ ଆଣ୍ଟିବାୟୋଟିକ୍ସ ପ୍ରସ୍ତୁତ

ୱାଶିଂଟନ: ଆପେଣ୍ଡିସାଇଟିସର ଚିକିତ୍ସା ପାଇଁ ଗବେଷକମାନେ ଏକ ଆଣ୍ଟିବାୟୋଟିକ୍ସ ଆବିଷ୍କାର କରିଛନ୍ତି । ଫଳରେ ଆପେଣ୍ଡିସାଇଟିସରେ ଆକ୍ରାନ୍ତ ରୋଗୀମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ଔଷଧ ସେବନ ପାଇଁ ଦିଆଯାଇପାରିବ । ଆମେରିକାରେ କମ୍ପାରିଂ ଆଉଟକମ୍ସ ଅଫ ଆଣ୍ଟିବାୟୋଟିକ ଡ୍ରଗ୍ସ ଆଣ୍ଡ ଆପେଣ୍ଡେକଟୋମି (ସିଓଡିଏ) ପରୀକ୍ଷଣ ଏବଂ ଆମେରିକାନ କଲେଜ ଅଫ ସର୍ଜନମାନଙ୍କ ଦ୍ୱାରା ଏକ ସଂଶୋଧିତ ଚିକିତ୍ସା ନିର୍ଦ୍ଦେଶାବଳୀ ଆସିବା ପରେ ଏହାକୁ ପ୍ରଥମ ସ୍ତରୀୟ ଚିକିତ୍ସା ନିମନ୍ତେ ଗ୍ରହଣ କରାଯାଇଛି । ଏହି ଗବେଷଣାର ଫଳାଫଳ ନ୍ୟୁ ଇଂଲଣ୍ଡ ଜର୍ଣ୍ଣାଲ ଅଫ ମେଡିସିନରେ ପ୍ରକାଶିତ ହୋଇଛି । ଜଣାଯାଇଛି ଯେ ଆପେଣ୍ଡିସାଇଟିସ ଥିବା ଲୋକଙ୍କୁ ଏହି ଆଣ୍ଟିବାୟୋଟିକ ଦିଆଯିବା ପରେ ପ୍ରଥମ ତିନିମାସ ମଧ୍ୟରେ ପ୍ରତି ୧୦ ଜଣରେ ୭ ଜଣ ରୋଗୀଙ୍କ ଠାରେ ଅସ୍ତ୍ରୋପଚାର ଆବଶ୍ୟକ ପଡିନଥିଲା । ଚାରିବର୍ଷରୁ ଅଧିକ କାଳ ଆପେଣ୍ଡିସାଇଟିସ ଥିବା ରୋଗୀଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ ପରେ ୫୦ ପ୍ରତିଶତରୁ କିଛି କମ୍‍ ରୋଗୀଙ୍କୁ ଅସ୍ତ୍ରୋପଚାର ଆବଶ୍ୟକ ହୋଇଥିଲା ବୋଲି ୟୁନିଭରସିଟି ଅଫ ୱାଶିଂଟନ ସ୍କୁଲ ଅଫ ମେଡିସିନର ସହ ମୁଖ୍ୟ ଗବେଷକ ତଥା ପ୍ରଫେସର ଏବଂ ସର୍ଜରୀ ବିଭାଗର ସହକାରୀ ମୁଖ୍ୟ ଡା. ଡେଭିଡ ଫ୍ଲମ୍‍ କହିଛନ୍ତି । ଏଥିରୁ ଅନେକ ଆପେଣ୍ଡିସାଇଟିସ ରୋଗୀଙ୍କ କ୍ଷେତ୍ରରେ ଏହି ଆଣ୍ଟିବାୟୋଟିକ ଚିକିତ୍ସା ଫଳପ୍ରଦ ହେଉଥିବା କହିଛନ୍ତି ଡା. ଫ୍ଲମ୍‍ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଭିନ୍ନ ଭିନ୍ନ ଦୂରତ୍ବ ପାଇଁ କମ୍ପାନୀ ନେବେ ଏତିକି ଟଙ୍କା

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories