www.samajalive.in
Monday, December 8, 2025
14.1 C
Bhubaneswar

ନବରଙ୍ଗପୁର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ; ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଫାଙ୍କା

ନବରଙ୍ଗପୁର : ଦୀର୍ଘ ଦେଢବର୍ଷରୁ ଉଦ୍ଧ୍ୱର୍ ହେବ ନବରଙ୍ଗପୁର ଜିଲାରେ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ) ପଦବୀ ସମେତ ମୋଟରଯାନ ନିରୀକ୍ଷକ(ଏମଭିଆଇ) ଓ ଟ୍ରାଫିକ୍‍ ନୀରିକ୍ଷକ ( ଟି.ଆଇ) ପଦବୀ ଖାଲି ପଡିଛି। ବିଭାଗର ଏହି ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ପଡିଥିବାବେଳେ ଏବେ ଏଠାରେ କେବଳ ଜଣେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଏଆରଟିଓ ) ରହିଛନ୍ତି। ସେ ମୋଟର ଯାନ ନିରୀକ୍ଷକଭାବେ ଅତିରିକ୍ତ ଦାୟୀତ୍ୱ ମଧ୍ୟ ତୁଲାଉଛନ୍ତି। କୋରାପୁଟର ଆଞ୍ଚଳିକ ପରିବହନ ଅଧିକାରୀ ଏହି ଜିଲାର ଭାରପ୍ରାପ୍ତ ଦାୟୀତ୍ୱରେ ରହିଥିବାବେଳେ ସେ ଗୋଟିଏ ଦିନ ମଧ୍ୟ ଏଠାକୁ ଆସୁନଥିବାରୁ କାର୍ଯ୍ୟାଳୟର ସମସ୍ତ କାଗଜପତ୍ର ଦସ୍ତଖତ ନହୋଇ ମାସ ମାସଧରି ପଡି ରହୁଛି। ଏହି କାର୍ଯ୍ୟାଳୟକୁ ଦୈନିକ ବହୁଲୋକ ସେମାନଙ୍କର ବିଭିନ୍ନ ଯାନବାହନ କାର୍ଯ୍ୟନେଇ ଆସୁଥିବାବେଳେ ସ୍ଥାୟୀ ଆରଟିଓ ନଥିବାରୁ କୈାଣସି କାମ ହୋଇ ପାରୁନି। ଫଳରେ ସେମାନଙ୍କୁ ବାରମ୍ବାର ଏଠାକୁ ଦୈାଡିବାକୁ ପଡୁଛି। ଏମଭିଆଇ ଓ ଟି.ଆଇ ନଥିବାରୁ ନୂଆ ଯାନବାହନ ପଞ୍ଜିକରଣ, ଚାଳକ ପରୀକ୍ଷା ଓ ଲାଇସେନ୍ସ ପ୍ରଦାନ ,ଯାନାବାହାନଯାଞ୍ଚ , ଗାଡି ଫିଟନେସ ଇତ୍ୟାଦି କାମ ସୁଚାରରୂପେ ସମ୍ପାଦନ ହୋଇ ପାରୁନଥିବା ଜଣାପଡିଛି।
ଏହା ବ୍ୟତୀତ ଏହି ସମସ୍ତ କାର୍ଯ୍ୟ ସଠିକ ସମୟରେ ହୋଇ ପାରୁନଥିବାରୁ ରାଜ୍ୟ ସରକାର ରାଜସ୍ୱ ମଧ୍ୟ ହରାଉଥିବା ଜଣାପଡିଛି। ବିଭିନ୍ନ କାରଣରୁ ଦୂରଦୂରାନ୍ତରୁ ଗାଡି ମାଲିକ ଓ ଗାଡିଚାଳକମାନେ ଆସୁଥିଲେ ମଧ୍ୟ ବହୁ ହଇରାଣ ହରକତ ହେଉଥିବା ଅଭିଯୋଗ କରିଛନ୍ତି। ବାରମ୍ବାର ଏହି କାର୍ଯ୍ୟାଳୟକୁ ନିଜର ଯାନବାହନ କାର୍ଯ୍ୟନେଇ ଆସୁଥିଲେ ମଧ୍ୟ କୈାଣସି କାମ ହୋଇ ପାରୁନଥିବା ଜଣାଯାଇଛି। ଗୋଟିଏ କାମପାଇଁ ବାରମ୍ବାର ଏଠାକୁ ଆସି ଅଯଥା ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗହେଉଛି। ରାଜ୍ୟସରକାର ଏହି ବିଭାଗର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲିଥିବାରୁ ସମସ୍ତ କାର୍ଯ୍ୟରେ ଅଯଥା ବିଳମ୍ବ ହେଉଥିବା ଜଣାଯାଇଛି। ସୂଚନା ଯୋଗ୍ୟଯେ, ପୂର୍ବତନ ଆଞ୍ଚଳିକ ପରିବହନ ଅଧିକାରୀ ଗଣେଶ୍ୱର କହଁର ବିଭାଗୀୟ ଜଣେ ଅସ୍ଥାୟୀ କର୍ମଚାରୀ ଙ୍କର ଠାରୁ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ଦ୍ୱାରା ଧରାପଡି ଜେଲ ଯାଇ ଚାକିରୀରୁ ନିଲମ୍ବନ ହେବା ପରେ ଏଠାକୁ କୈାଣସି ଅଧିକାରୀ ଆସିବାକୁ ରାଜିହେଉଥିବା କୁହାଯାଉଛି। ତେବେ ଏହି କାର୍ଯ୍ୟାଳୟର ସମସ୍ୟା ସଂପର୍କରେ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀ ବିଭୂ ପ୍ରସାଦ ନାୟକଙ୍କୁ ପଚାରିବାରୁ ସେ ଏଠାରେ ଆବଶ୍ୟକ ଅଧିକାରୀ ନଥିବାରୁ ସମସ୍ୟା ହେଉଥିବା ସ୍ୱୀକାର କରିଥିଲେ। ଦୀର୍ଘ ଦେଢବର୍ଷ ହେଲା ସ୍ଥାୟୀ ଆରଟିଓ ନଥିବାରୁ ବହୁ ଅସୁବିଧା ହେଉଥିବା କହିଥିଲେ। ଅପରପକ୍ଷରେ ଜିଲାର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ତୁରନ୍ତ ଆରଟିଓ, ଏମ୍‍ଭିଆଇ ଓ ଟି.ଆଇ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀ ପୂରଣ କରିବାକୁ ସାଧାରଣରେ ଦୃଢ ଦାବି ହେଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories