www.samajalive.in
Tuesday, December 9, 2025
26.1 C
Bhubaneswar

ଓଡିଶା ଡ୍ରାଇଭର ମହାସଂଘର ଜିଲ୍ଲା ସ୍ତରୀୟ ସ୍ୱତନ୍ତ ବୈଠକ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକର ମଲ୍ଲିପଶି ହାଟ ପଡ଼ିଆ ଠାରେ ଓଡିଶା ଡ୍ରାଇଭର ମହାସଂଘର ଏକ ସ୍ୱତନ୍ତ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୌରାଙ୍ଗ ଚରଣଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମଣ୍ଡୁରୀ ,ସମ୍ମାନିତ ଅତିଥି ଭାବେ ସଂଘର ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ବେହେରା , ଉପସଭାପତି ସୁମନ ଆଲଦିଆ ଓ ମୁଖ୍ୟ ବକ୍ତା ଭାବେ ଶିକ୍ଷକ ପାର୍ଥସାରଥୀ ବେଜ ପ୍ରମୁଖ ଯୋଗ ଦେଇଥିବା ବେଳେ ବୈଠକ ରେ ମୁଖ୍ୟ ଆକର୍ଷଣ ରହିଥିଲେ ବରଗଡ଼ ଧନୁଯାତ୍ରା ର କଂସ ଆଶାରାମ ବାପୁ ମହୋଦୟ । ଏହା ସହ ସଂଘର ଜିଲ୍ଲା ସଭାପତି ଙ୍କ ସହ ସମସ୍ତ ବ୍ଲକ୍ ସଭାପତି ଓ ଅନ୍ୟାନ୍ୟ କର୍ମକର୍ତ୍ତା ବୈଠକ ରେ ସାମିଲ ଥିଲେ । ଡ୍ରାଇଭର ମାନଙ୍କ ଜୀବନ ଜୀବିକା ସୁରକ୍ଷା ବିପର୍ୟ୍ୟସ୍ଥ ତେଣୁ ସରକାର ଡ୍ରାଇଭର ମାନଙ୍କ ପ୍ରତି ବିଶେଷ ଧ୍ୟାନ ଦେବା ସହିତ ଡ୍ରାଇଭର ମାନଙ୍କ ରହିଥିବା ସର୍ତ୍ତ ଗୁଡିକ ପୂରଣ କରିବା ଦିଗରେ ସ୍ୱତନ୍ତ ଧ୍ୟାନ ଦେବାକୁ ଓଡିଶା ଡ୍ରାଇଭର ମହାସଂଘର ସ୍ୱତନ୍ତ ବୈଠକରେ ଯୋଗଦାନ କରିଥିବା କର୍ମକର୍ତ୍ତା ମାନେ ଦାବି କରିଛନ୍ତି । କାର୍ୟ୍ୟକ୍ରମ କୁ ସର୍ଵଶ୍ରି ହରିହର ମହାନ୍ତ ,ତ୍ରିନାଥ ମହାପାତ୍ର, ବିଜୁ ଭଞ୍ଜ , ଶୋଭନ ମହାନ୍ତ, ଗଣେଶ୍ୱର ମହାନ୍ତ, ସଞ୍ଜୟ ଭୂମିଜ, ବନମାଳୀ ନାଏକ, ନନ୍ଦୁ ମହାନ୍ତ ଓ ଶିବ ପ୍ରସାଦ ମହାନ୍ତ ପ୍ରମୁଖ ପରିଚାଳନା କରିଥିଲେ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories