www.samajalive.in
Monday, December 8, 2025
14.1 C
Bhubaneswar

କୋଠ ଘର ଛାଡ଼ି ପ୍ରକାଶଙ୍କ ପରିବାର ଏବେ ଭଡାଘରେ; ଆବାସ ଯୋଜନା ତାଙ୍କ ପାଇଁ ସାତସପନ

ଚିକିଟି: ସାଧାରଣ ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇ ଦେବାକୁ ସରକାର ବହୁବିଧ କଲ୍ୟାଣ ଯୋଜନା ପ୍ରଣୟନ କରିଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଆବାସ ଯୋଜନା ଓ ପେଟକୁ ମୁଠାଏ ଖାଇବା ପାଇଁ ଖାଦ୍ୟସୁରକ୍ଷା ଯୋଜନା ଭଳି ଯୋଜନା କାର୍ୟ୍ୟକାରୀ ହୋଇଛି, କିନ୍ତୁ ତୃଣମୂଳ ସ୍ତରରେ ବୈମାତୃକ ମନୋଭାବ ହେଉ କି ଖାମଖିଆଲି ହେଉ, ଏଥିରୁ କିଛି ଲୋକ ବଞ୍ଚିତ ହୋଇଥିବା ଅଭିଯୋଗ ହେଉଛି । ଏମିତି ଏକ ନଗ୍ନ ନମୁନା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା ଚିକିଟି ବ୍ଲକ ଲାଲମେଣ୍ଟା ପଞ୍ଚାୟତର ବିରସିଂହ ଲକ୍ଷ୍ମୀ ନାରାୟଣପୁର ଗ୍ରାମରେ। ଗତ ଫନି ବାତ୍ୟାରେ ସେପ୍ଟେମ୍ବର ମାସରେ ହୋଇଥିବା ଲଗାଣ ବର୍ଷାରେ ଭାଙ୍ଗି ଯାଇଥିଲା ଘର । ଘର ଭାଙ୍ଗି ଯିବା ପରେ ପ୍ରକାଶ ଚନ୍ଦ୍ରଙ୍କ ପାଣିଗ୍ରାହୀଙ୍କ ପରିବାର ବେସାହାରା ହୋଇଯାଇଥିଲା । ଉଜୁଡ଼ି ଯାଇଥିବା ଘରରୁ କିଛି ଆସବାବପତ୍ର ବାହାର କରି ଗାଁ କୋଠ ଘରେ ମୁଣ୍ଡି ଗୁଞ୍ଜିଥିଲେ । ଦୀର୍ଘ ବର୍ଷ ବିତିବା ପରେ ଅର୍ଥାଭାବରୁ ଘର ଖଣ୍ଡିକ ବି କରିପାରି ନାହାନ୍ତି ପ୍ରକାଶ । ପଞ୍ଚାୟତ ଓ ବ୍ଲକ ଠାରୁ ଆରମ୍ଭ କରି ତହସିଲ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଦୌଡ଼ି ନୟାନ୍ତ ହୋଇ ମଧ୍ୟ ଘର ଭଙ୍ଗା ସାହାଯ୍ୟ ମିଳି ପାରିଲା ନାହିଁ କି ଘର ନିର୍ମାଣ ଲାଗି ସହାୟତା ରାଶି କିମ୍ବା ଆବାସ ଯୋଜନାରେ ଘର ଖଣ୍ଡିଏ ତାଙ୍କ ପାଇଁ ସାତ ସପନ ପାଲଟି ଯାଇଛି । ଦୀର୍ଘ ଏକବର୍ଷ ଗ୍ରାମ କୋଠ ଘରେ ଦୟନୀୟ ସ୍ଥିତିରେ ଜୀବନ କାଟିବା ପରେ ଏବେ କୋଠ ଘରୁ ବିଦା କରିଦେଇଛନ୍ତି ସାହି ବାସିନ୍ଦା । ପ୍ରକାଶଙ୍କ ପରିବାର ଏବେ କୋଠ ଘର ଛାଡ଼ି ଗ୍ରାମର ଏକ ଭଡା ଘର ନେଇ ରହୁଛନ୍ତି ।

ପ୍ରକାଶ ଏକ ଶିବ ମନ୍ଦିରରେ ପୂଜକ ଭାବେ କାର୍ଯ୍ୟ କରନ୍ତି ଓ ତାଙ୍କ ଦୁଇ ପୁଅ ପେଟ ଚାଖଣ୍ଡକ ପାଇଁ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ଚାଲିଯାଇଛନ୍ତି । ଦୀର୍ଘ ବର୍ଷ ହେଲା ଚିକିଟିପେଣ୍ଡର ବିଭିନ୍ନ ଦୋକାନରେ ଫୁଲ ଚନ୍ଦନ ଦେଇ ସେଥିରୁ ଯେଉଁ ଦି ପଇସା ମିଳେ ସେଥିରେ ପରିବାର ଚଳେ ପ୍ରକାଶ ଙ୍କର । ପ୍ରକାଶଙ୍କ ଆବାସ ଯୋଜନା ପ୍ୟାନେଲ୍ ଲିଷ୍ଟରେ ନାମ ରହିଥିଲା । ଏତିକିରେ ଅଟକି ଯାଇଛି ପ୍ରାଶାସନିକ ପଦକ୍ଷେପ, ଘର ନିର୍ମାଣ ସହାୟତା କିମ୍ବା ଆବାସ ଯୋଜନାରେ ଘରେ ଖଣ୍ଡ ପାଇବା ଲାଗି ପଞ୍ଚାୟତ, ତହସିଲ ଓ ବ୍ଲକ କାର୍ୟ୍ୟାଳୟକୁ ପ୍ରକାଶ ଦୌଡ଼ୁଥିଲେ ମଧ୍ୟ ତାଙ୍କ ଗୁହାରି କେହି ଶୁଣୁନାହାନ୍ତି । ଇତି ମଧ୍ୟରେ ପ୍ରକାଶଙ୍କ ଡାହାଣ ଗୋଡ଼ ଭାଙ୍ଗିଯାଇଛି । ସେ ଏବେ ବିକଳାଙ୍ଗ ତଥାପି ତାଙ୍କ ପ୍ରତି କାହିଁକି ଅବହେଳା କରାଯାଉଛି ତାହା ସନ୍ଦେହ ଘେରରେ । ଏହା ପ୍ରଶାସନିକ ଅବହେଳା ନା ରାଜନୈତିକ ଇଚ୍ଛାଶକ୍ତିର ଅଭାବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏହି ପଞ୍ଚାୟତରେ ସ୍ଵଛଳ ବର୍ଗର ଲୋକଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇଥିବା ନେଇ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ କାହିଁକି ପ୍ରକୃତ ହିତାଧିକାରୀ ବଞ୍ଚିତ ହେଉଛନ୍ତି ଉଚ୍ଚ କର୍ତ୍ତୃପକ୍ଷ ତଦନ୍ତ କରିବା ଆବଶ୍ୟକ । ଗୋଟିଏ ପଟେ ଘର ନାହିଁ, ଦାରିଦ୍ର୍ୟ ପିଛା ଛାଡୁନଥିବା ବେଳେ ଏବେ ପୁଣି ହୋଇଗଲେ ବିକଳାଙ୍ଗ, ଏଭଳି ଦୁଃସ୍ଥିତିରେ ଦିନ କାଟୁଛନ୍ତି ପ୍ରକାଶଙ୍କ ପରିବାର । ଏନେଇ ବିଡ଼ିଓଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ କରାଯାଇଥିଲେ ମଧ୍ୟ ଯୋଗାଯୋଗ କରିବା ସମ୍ଭବ ହୋଇପାରିନି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories