www.samajalive.in
Sunday, December 7, 2025
14.1 C
Bhubaneswar

ରମ୍ପେଲା କେମ୍ପ ସମଲେଶ୍ବରୀ ମନ୍ଦିରରୁ ୨ ଦାନ ବାକ୍ସ ଚୋରୀ

ରେଙ୍ଗାଲି :  ରେଙ୍ଗାଲି ନିକଟସ୍ଥ ରମ୍ପେଲା କେମ୍ପ ଗ୍ରାମରେ ଥିବା ଆରାଧ୍ୟ ଦେବୀ ସମଲେଶ୍ୱରୀ ମନ୍ଦିରରେ ଥିବା ୨ଟି ଦାନ ବାକ୍ସକୁ  କୌଣସି ଦୁର୍ବୃତ୍ତ ଚୋରୀ କରି ନେଇଥିବା ରେଙ୍ଗାଲି ଥାନାରେ ଅଭିଯୋଗ ହୋଇଛି। ଏସଂକ୍ରାନ୍ତରେ ଏକ ଚୋରୀ ମାମଲା ରୁଜୁ କରି ଆଇଆଇସି ଧବଲେଶ୍ୱର ସାହୁ ଘଟଣା ସ୍ଥଳକୁ ପହଞ୍ଚି ସରଜମିନ ନିରୀକ୍ଷଣ କରି ତଦନ୍ତ ଜାରି ରଖିଛନ୍ତି।

ମନ୍ଦିର ରୁ ପ୍ରାୟ ୨ଶହ ମିଟର ଦୂର ରେ ଥିବା ଏକ ଛୋଟ ଗାଡିଆରେ ଏକ ଦାନ ବାକ୍ସ ର ଉପର କଭର୍ ଓ ଏକ ବୁଦା ରେ ଅନ୍ୟଏକ ଦାନ ବାକ୍ସ ର କଭର୍ ପଡିିଥିବା ପୁଲିସ ତଦନ୍ତ ସମୟ ରେ ଦେଖିବାକୁ ମିଳିଥିଲା। ଖୁବ୍ ଶୀଘ୍ର ଏଥିରେ ସଂପୃକ୍ତ ଥିବା ଚୋର ଙ୍କୁ ଧରାଯିବ ବୋଲି ଆଇଆସି ଶ୍ରୀ ସାହୁ କହିଛନ୍ତି। ରମ୍ପେଲାକେମ୍ପ ରୁ ଗୁମଲୋଇ କୁ ସଂଯୋଗ କରୁଥିବା ରାସ୍ତା ପାଶ୍ୱର୍ ରେ ସ୍ଥାପିତ ଅଞ୍ଚଳବାସୀ ଙ୍କ ଆଧ୍ୟାତ୍ମିକ ଆସ୍ଥା ଓ ବିଶ୍ୱାସ ର ପ୍ରତୀକ ହୋଇଥିବା ମା ସମଲେଶ୍ୱରୀଙ୍କ ମନ୍ଦିର ର ତାଲା ଭାଙ୍ଗି ଦେଇ ଭିତରେ ଥିବା ଦୁଇଟି ଦାନ ବାକ୍ସ ଚୋରୀ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚା ର ବିଷୟ ହୋଇଛି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories