ବାଲେଶ୍ୱର : ବାଲେଶ୍ୱର ଜିଲା ନୀଳଗିରି ଥାନା ଅନ୍ତର୍ଗତ ଖଡିପଦା ଗାଁରେ ଥିବା ଶନିମନ୍ଦିରରୁ ସୁନାରୁପା ଅଳଙ୍କାର ଲୁଟ ହୋଇଥିବା ନେଇ ଗୁରୁବାର ଖବର ମିଳିଛି।
ଗତକାଲି ସନ୍ଧ୍ୟାରେ ଆଳତୀ ପରେ ପୂଜକ ମନ୍ଦିରରେ ତାଲା ପକାଇ ଯାଇଥିଲେ। ମାତ୍ର ଆଜି ସକାଳେ ମନ୍ଦିର ଖୋଲିବାକୁ ପୂଜକ ଆସିବା ସମୟରେ ତାଲା ଭଙ୍ଗାଯିବା ସହ ଠାକୁରଙ୍କର ସୁନାଗହଣା ଲୁଟ ହୋଇଥିବା ଦେଖିଲେ । ଏହାପରେ ସ୍ଥାନୀୟ ଲୋକଙ୍କୁ ଏନେଇ ସୂଚନା ଦେବା ସହ ପୁଲିସ ଥାନାରେ ଏତଲା ଦିଆଯାଇଥିବା ନେଇ ସୂଚନା ମିଳିଛି।
ଶନିମନ୍ଦିରରୁ ସୁନାରୁପା ଅଳଙ୍କାର ଲୁଟ ନେଇ ଅଭିଯୋଗ
Popular Categories



