ଖୋର୍ଦ୍ଧା : ଖୋର୍ଦ୍ଧା ଜିଲା ବାଣପୁରର ପୁରାତନ ଦକ୍ଷେଶ୍ୱର ମନ୍ଦିରରୁ ଚୋରି ହୋଇଥିବା ନେଇ ମଙ୍ଗଳବାର ଅଭିଯୋଗ ହୋଇଛି। ଗତକାଲି ବିଳମ୍ବିତ ରାତିରେ ବାଣପୁର ପୁରାତନ ଦକ୍ଷେଶ୍ୱର ମନ୍ଦିରରୁ ୨୨ଟି ମୂର୍ତ୍ତି ଚୋରି ହୋଇଥିବା ଜଣାପଡ଼ିଛି। ଦୁର୍ବୃତ୍ତମାନେ ମୁଖ୍ୟ ଫାଟକ ଭାଙ୍ଗି ଗର୍ଭଗୃହରୁ ମୂର୍ତ୍ତି ଚୋରି କରିଥିବା ବେଳେ ତାହା ଅଷ୍ଟଧାତୁରେ ନିର୍ମିତ ମୂର୍ତ୍ତି ବୋଲି ସୂଚନା ମିଳିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।



