www.samajalive.in
Wednesday, December 10, 2025
17.1 C
Bhubaneswar

ଆଜି ଠାରୁ ଆରମ୍ଭ ପିତୃପକ୍ଷ ; ଜାଣନ୍ତୁ ଏହାସହ ଜଡିତ କିଛି ମାନ୍ୟତା

ହିନ୍ଦୁଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ବର୍ଷ ଭାଦ୍ରକ ପୂର୍ଣ୍ଣିମା ତିଥିରୁ ପିତୃପକ୍ଷର ଆରମ୍ଭ ହୋଇଥାଏ। ଏହାସହ ଆଶ୍ୱିନ ଅମାବାସ୍ୟା ତିଥିରେ ସମାପ୍ତ ହୋଇଥାଏ। ଚଳିତ ବର୍ଷ ୨୦ ସେପ୍ଟେମ୍ବର ପିତୃପକ୍ଷ ଯାହାକୁ ଶ୍ରାଦ୍ଧପକ୍ଷ ମଧ୍ୟ କୁହାଯାଏ, ଆରମ୍ଭ ହୋଇଛି। ଧାର୍ମିକ ମାନ୍ୟତା ଅନୁଯାୟୀ, ପିତୃପକ୍ଷର ୧୬ ଦିନ ମଧ୍ୟରେ ସଭିଏଁ ନିଜ ପୂର୍ବପୁରୁଷଙ୍କୁ ସ୍ମରଣ କରିବା ସହ ତାଙ୍କର ପୂଜାର୍ଚ୍ଚନା କରିଥାଆନ୍ତି। ଏହି ସମୟରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ,ତର୍ପଣ,ଶ୍ରାଦ୍ଧ ସହ ବିଶେଷ ପୂଜା କର୍ମ ଆଦି କରାଯାଇଥାଏ। ଏହି ସମୟରେ ପବିତ୍ର ନଦୀ ମାନଙ୍କରେ ସ୍ନାନ କରାଯାଇଥାଏ। ତେବେ ଏହାସହ ଜଡିତ କିଛି ମାନ୍ୟତା ବିଷୟରେ ଜାଣନ୍ତୁ….
ପିତୃପକ୍ଷରେ ପ୍ରାୟତଃ କାଉ, କୁକୁର ଓ ଗାଈଙ୍କୁ ଭୋଜନ ଦିଆଯାଇଥାଏ। ମାତ୍ର ଆପଣ ଜାଣନ୍ତି କି ଶ୍ରାଦ୍ଧରେ କାଉର କେଉଁ ମହତ୍ତ୍ୱ ରହିଛି। ଜାଣନ୍ତୁ….
କାଉଙ୍କୁ ସଂରକ୍ଷଣ ଦେବା ପ୍ରତି ନା କେବଳ ଧାର୍ମିକ ମହତ୍ତ୍ୱ ବରଂ ଏହାର ବୈଜ୍ଞାନିକ ମହତ୍ତ୍ୱ ରହିଛି। ଯାହା ଅନୁଯାୟୀ କାଉ, ପ୍ରକୃତି ତଥା ମାନବ ଜୀବନ ସହ ଗଭୀର ସମ୍ବନ୍ଧ ରହିଛି।
ଏକ ଅଧ୍ୟୟନ ସୂଚନା ଅନୁଯାୟୀ, କାଉ ଅଧିକାଂଶ ବର ଓ ଅଶ୍ୱତ୍ଥ ବୃକ୍ଷର ଫଳ ଖାଇଥାଏ। ଫଳର ଉପରି ଅଂଶ କାଉ ପେଟରେ ହଜମ ହୋଇଯାଇଥିଲେ ମଧ୍ୟ ମଞ୍ଜି ଏକ ସ୍ୱତନ୍ତ୍ର ପକ୍ରିୟାରେ କାଉ ମଳତ୍ୟାଗ କରିବା ସମୟରେ ବାହାରି ଆସେ। ଯାଦ୍ୱାରା ଆପଣ ଅନେକ ଘରର ଛାତ ଓ ଭିନ୍ନ ଭିନ୍ନ ସ୍ଥାନରେ ବର ଓ ଅଶ୍ୱତ୍ଥ ବୃକ୍ଷ ସୃଷ୍ଟି ହୋଇଥାଏ। ତେଣୁ କାଉ କାରଣରୁ ହିଁ ଅଧିକାଂଶ ବର ଓ ଅଶ୍ୱତ୍ଥ ବୃକ୍ଷର ଉତ୍ପନ ହୋଇଥାଏ ।
ବର ଓ ଅଶ୍ୱତ୍ଥ ଏପରି ବୃକ୍ଷ ଯେଉଁଥିରୁ ୨୪ ଘଣ୍ଟା ଅମ୍ଳଜାନ ମିଳିଥାଏ।
କାଉମାନେ ସାଧାରଣତଃ ଭାଦ୍ରକ ମାସ ଶେଷ ବେଳକୁ ଅଣ୍ଡା ଦେଇଥାଆନ୍ତି। ପ୍ରାୟ ୯ ଦିନ ପରେ କାଉ ଛୁଆମାନେ ଅଣ୍ଡାରୁ ବାହାରି ଥାଆନ୍ତି। ସେହି ସମୟରେ ମା’ କାଉ ଘରର ଛାତରୁ ପିତୃଙ୍କ ନିମନ୍ତେ ରଖାଯାଇଥିବା ଖାଦ୍ୟକୁ ଆଣି ନିଜେ ଖାଇବା ସହ ତା’ର ଛୁଆକୁ ଆହର ଦେଇଥାଏ। ପିତୃପକ୍ଷ ଚାଲୁ ରହିବା ପର୍ଯ୍ୟନ୍ତ ପ୍ରାୟ ନିୟମିତ ସେ ନିଜ ଛୁଆଙ୍କୁ ଏହି ଖାଦ୍ୟ ଆଣି ଦେଇଥାଏ। ଫଳରେ କାଉ ଛୁଆମାନେ ମଧ୍ୟ ଭଲରେ ବଢିଥାଆନ୍ତି।
ଏହାସହ ବର ଓ ଅଶ୍ୱତ୍ଥ ବୃକ୍ଷର ବହୁ ଔଷଧୀୟ ଗୁଣ ଥିବାରୁ କାଉମାନେ ଏହି ବୃକ୍ଷର ସଂରକ୍ଷଣ ପାଇଁ କାଉଙ୍କ ଜୀବିତ ରହିବା ନିତ୍ୟାନ୍ତ ଆବଶ୍ୟକ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories