www.samajalive.in
Sunday, December 7, 2025
14.1 C
Bhubaneswar

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ସନ୍ଦିଗ୍ଧ ଚିହ୍ନଟ; ୫ ଅଟକ

ବାଲେଶ୍ୱର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରେ ପୁଣି ସନ୍ଦିଗ୍ଧ ଚିହ୍ନଟ । କେନ୍ଦ୍ର ଭିତରୁ ୫ଜଣ ଠିକା କର୍ମଚାରୀଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ବାଲେଶ୍ୱର ପୋଲିସ । ପଡୋଶୀ ଦେଶର ଏଜେଣ୍ଟଙ୍କୁ ପ୍ରତିରକ୍ଷା ବିଭାଗର ତଥ୍ୟ ଯୋଗାଉଥିବା ଅଭିଯୋଗରେ ଅଟକ। ଗତକାଲି ରାତିରେ ଠିକା କର୍ମଚାରୀଙ୍କୁ ଘରୁ ଉଠାଇ ଆଣିଛି ପୋଲିସ ।

ସୂଚନା ଅନୁଯାୟୀ, ଅଟକ ୫ ଜଣଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବସନ୍ତ ବେହେରା । ଯିଏ ଲଞ୍ଚ ପ୍ୟାଡ୍ ୩ରେ ଏସି ଅପରେଟର ଭାବେ କାର୍ୟ୍ୟ କରୁଥିଲେ । ଯେଉଁଠାରୁ ପୃଥ୍ୱୀ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଥାଏ । ତାଙ୍କ ନିକଟକୁ ଅନ୍ତର୍ଜାତୀୟ କଲ୍ ଆସିବା ସହ ସେଠାରୁ ବାହାରକୁ ମଧ୍ୟ କଲ୍ ଯାଉଥିବା ଗୁଇନ୍ଦା ବିଭାଗ ଟ୍ରାକ୍ କରିଥିଲା । ପଡ଼ୋଶୀ ପାକିସ୍ତାନ ଏଜେଣ୍ଟଙ୍କୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ତଥ୍ୟ ଏହି ଫୋନ୍ କଲ୍ ମାଧ୍ୟମରେ ପ୍ରଦାନ କରାଯାଉଥିବା ସନ୍ଦେହ କରାଯାଉଛି । ରାଜସ୍ଥାନ ବର୍ଡର ନିକଟରୁ ଏହି ଅନ୍ତର୍ଜାତୀୟ କଲ୍ ଆସୁଥିବା ଜଣାପଡ଼ିଛି । ଏ ସମ୍ପର୍କରେ ଜଣାପଡ଼ିବା ପରେ ବାଲେଶ୍ୱର ପୋଲିସ ହେଡକ୍ୱର୍ଟକୁ ଅବଗତ କରାଯାଇଥିଲା । ଖବର ପାଇବା ପରେ ବାଲେଶ୍ୱର ପୋଲିସ ତତକ୍ଷଣାତ କାର୍ୟ୍ୟାନୁଷ୍ଠାନ ଗ୍ରହଣ ସ୍ୱରୂପ ସେମାନଙ୍କୁ ରାତି ଅଧିଆ ଘରୁ ଉଠାଇ ଆଣି ପଚରାଉଚରା କରୁଛି ପୋଲିସ ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories