nua o banner

ପଡିଆରେ ଭାଲୁ ଖେଳିଲେ ଫୁଟବଲ

BJD Bijuli 480×75 Mob
ନବରଙ୍ଗପୁର:  ପଡିଆରେ ଫୁଟବଲ ଖେଳିଲେ ଦୁଇଟି ଭାଲୁ। କେତେବେଳେ ମୁଣ୍ଡରେ ତ ଆଉ କେତେବେଳେ ଗୋଡ଼ରେ ମାରି ଫୁଟବଲ ଖେଳିଲେ। ଶେଷରେ ସେହି ଫୁଲବଲକୁ ଭାଲୁ ଦୁଇଟି ସାଙ୍ଗରେ ନେଇ ଜଙ୍ଗଲକୁ ଚାଲି ଯାଇଥିଲେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଉମରକୋଟ ବ୍ଲକ ମୂର୍ତ୍ତୃମା ପଞ୍ଚାୟତ ଶୁଖିଗାଁରେ।
ସୂଚନା ମୁତାବକ ଆଜି ସକାଳେ ସୁକିଗାଁ ପଡ଼ିଆ ରେ ପ୍ରତିଦିନ ଭଳି ଗ୍ରାମ ର ପିଲା ମାନେ ଫୁଟବଲ ଖେଳିବାକୁ ଯାଇଥିଲେ। ସମସ୍ତେ ଖେଳୁଥିବା ସମୟରେ ହଟାତ ଦୁଇଟି ଭାଲୁ ଜଙ୍ଗଲ ମଧ୍ୟରୁ ଆସି ପଡିଆ ମଧ୍ୟଭାଗକୁ ପଶି ଆସିଥିଲେ। ପଡିଆରେ ଖେଳୁଥିବା ପିଲାମାନେ ଭୟରେ ଫୁଟବଲକୁ ଛାଡି ପଳାଇଥିଲେ। ଏହାପରେ ଉଭୟ ଭାଲୁ ଫୁଟବଲକୁ ନେଇ ଖେଳିବା ଆରମ୍ଭ କରିଦେଇଥିଲେ ଏବଂ ଦୀର୍ଘ ସମୟ ଧରି ପଡିଆ ଭିତରେ ଦୁଇଟି ଭାଲୁ ବଲକୁ ଧରି ଖେଳି ଚାଲିଥିଲେ। ଭାଲୁ ଦୁଇଟି ଫୁଲଟଲ ଖେଳିବା ଭିଡ଼ିଓ ମୋବାଇଲରୁ ମୋବାଇଲ ଭାଇରଲ ହେବାରେ ଲାଗିଛି, ଯାହା କି ସ୍ଥାନୀୟ ପିଲାମାନେ ଭାଲୁଙ୍କ ଫୁଟବଲ ଖେଳ ଦେଖି ମଜା ନେଉଛନ୍ତି।

Comments are closed.